ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ଏଥିମଧ୍ୟରୁ ୧୪୨୬୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ କରୋନାରେ ୯ଜଣଙ୍କ ମୃତ୍ୟୁ ହୋଇଛି ।
ବଙ୍ଗୋପସାଗରେ ଲଘୁଚାପ : ଆଜି ପ୍ରବଳ-କାଲି ସାମାନ୍ୟ ବର୍ଷା , ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।

ମାଟ୍ରିକ୍ ଖାତା ରିଚେକିଂ ଆବେଦନ ୬ରୁ ।
ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ।
ଅନଲାଇନ୍ରେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପର ବୁକିଂ ବ୍ୟବସ୍ଥାର ଶୁଭାରମ୍ଭ ।
ଅଯୋଧ୍ୟାରେ ଆଜି ଭବ୍ୟ ରାମ ମନ୍ଦିରର ଭୂମିପୂଜନ ।
ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ।
କୋଭିଡ୍-୧୯ ପରିସ୍ଥିତି ଯୋଗୁଁ ଏ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ମାତ୍ର ୯୦ଜଣ ଅତିଥିଙ୍କୁ ଆମନ୍ତ୍ରଣ ।
ସମଗ୍ର ବିଶ୍ୱରେ କୋଟିଏ ୮୬ ଲକ୍ଷ ୯୭ ହଜାର ୮୮୨ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ କୋଟିଏ ୧୯ ଲକ୍ଷ ୧୩ ହଜାର ୮୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୦ ଲକ୍ଷ ୭୯ ହଜାର ୯୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୭ ଲକ୍ଷ ୪ ହଜାର ୨୩୧ ଜଣଙ୍କର ମୃତ୍ୟୁ ହୋଇସାରିଛି ।
