ବିସ୍ଫୋରଣରେ ଦୋହଲିଗଲା ଲେବାନନର ରାଜଧାନୀ

ବାସ୍ତବ ବ୍ୟୁରୋ-ମଙ୍ଗଳବାର ଲେବାନାନର ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରାୟ ଚାରି ହଜାର ଲୋକ ମଧ୍ୟ ଆହତ ହୋଇଛନ୍ତି। ସୂଚନାନୁଯାୟୀ ସହରର ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଲେବାନନ୍ ରାଷ୍ଟ୍ରପତି ଦୁଇ ସପ୍ତାହ ପାଇଁ ବେରୁଟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଲେବାନନ୍ ପ୍ରଧାନମନ୍ତ୍ରୀ ହାସନ ଡିଆବ୍ କହିଛନ୍ତି ଯେ ,ସହରର ବନ୍ଦର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ବନ୍ଦରରେ ୨୭୫୦ ଟନ୍ ଆମୋନିଅମ୍ ନାଇଟ୍ରେଟ୍ ବିସ୍ଫୋରଣ ହୋଇଛି ।

ସୋସିଆଲ ମିଡିଆରେ ଲୋକମାନେ ସେୟାର କରିଥିବା ଫୁଟେଜରେ ବନ୍ଦରରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ।

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏହା ସୂଚନା ଦିଆଯାଇଛି ଯେ, ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭୦୦ ରୁ ଅଧିକ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆହତଙ୍କ ସଂଖ୍ୟା ଅଧିକ ହୋଇପାରେ । ଜାତିସଂଘ ମୁଖପାତ୍ର ଫରହାନ ହକ୍ କହିଛନ୍ତି ଯେ, ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ। ଜାତିସଂଘର କୌଣସି ବି କର୍ମଚାରୀଙ୍କ ଆଘାତ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

ବିସ୍ଫୋରଣର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା କି, ପୁରା ସହରରେ ଥିବା ଗ୍ଲାସ୍ ଭାଙ୍ଗି ଯାଇଥିଲା ଏବଂ ଲୋକମାନଙ୍କୁ ରାସ୍ତା ଉପରେ ଭୟରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଖବର ଅନୁଯାୟୀ, ଏହି ବିସ୍ଫୋରଣ ଲେବାନନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି । ଅନେକ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶାନ୍ତି ମିଶନର ମୁଖ୍ୟ ତଥା ଫୋର୍ସ କମାଣ୍ଡର ମେଜର ଜେନେରାଲ ଡେଲ କଲ୍ କହିଛନ୍ତି ଯେ ଏହି କଷ୍ଟ ସମୟରେ ଆମେ ଲେବାନନର ଲୋକ ଏବଂ ସରକାରଙ୍କ ସହ ଅଛୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ଟୁଇଟ୍ କରି ଲିବାନୋନ୍ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Aug 6 , 2020
ଚଢ଼ା ଦରରେ ସାର ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ସାର, କୃଷି ସାମଗ୍ରୀ ଯୋଗାଣରେ ଯାଞ୍ଚ୍ କଡ଼ାକଡ଼ି କରିବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୯ରୁ ବର୍ଷା ସମ୍ଭାବନା, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC। ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବ ବିଜେଡି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବ ନେଲେ ବିଷ୍ଣୁପଦ ସେଠୀ । […]

You May Like

Pin It on Pinterest