ଚଳିତ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଫଳ ପ୍ରକାଶ ପାଇବ ।
ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ ।
ଆଜି ରାଜ୍ୟର ୭ ଜିଲ୍ଲାରେ ଅତିପ୍ରବଳ ବର୍ଷା ।
ଅପରାହ୍ନ ୫ଟାରେ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ।
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ : ସାମିଲ ହେବେ ୩୦ କରୋନା ଯୋଦ୍ଧା ।
ପନିପରିବା ବିକାଳୀ ଓ ଫେରୀଵାଲାଙ୍କର କରୋନା ଟେଷ୍ଟ କରାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ।
ରାଜ୍ୟର ସବୁ ଜିଲ୍ଲାରେ ଏବେ ଶହେରୁ ଅଧିକ ରୋଗୀ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ : ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍ ଲଗାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
କେରଳର ଇଡୁକି ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି।
ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ୭୩ଲକ୍ଷ ଲୋକ ବନ୍ୟା ପ୍ରଭାବିତ, ୧୨୨୩ ପଂଚାୟତରେ ପଶିଲା ପାଣି ।
ଆଜି ‘ଆତ୍ମ ନିର୍ଭର ଭାରତ ଶପଥ’ ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଭାରତରେ ୨,୧୫,୦୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୫୩୫୭୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୪୪୩୮୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୪୯୪୫ ରହିଛି ।
ନେପାଳକୁ ୧୦ଟି ଭେଣ୍ଟିଲେଟର ଦେଲା ଭାରତ।
ବିଶ୍ୱରେ ୨ କୋଟି ୨୧ ହଜାର ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୩୩ ହଜାର ୯୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୨୮ ଲକ୍ଷ ୯୬ ହଜାର ୮୯୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୩ ଲକ୍ଷ ୯୦ ହଜାର ୫୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥବାର ଶପଥ ଗ୍ରହଣ କଲେ ମହିନ୍ଦା ରାଜପକ୍ଷେ ।
ଚୀନକୁ ମିଳିବ ଆହୁରି ଦୃଢ ଜବାବ, ଭାରତ ଆରମ୍ଭ କଲା ପ୍ରୋଜେକ୍ଟ ‘ଚିତା’ ।




