କଟକ ଜିଲ୍ଲାର ବଡ଼ମ୍ବା ନିକଟ ମା’ ଭଟ୍ଟାରିକା ମନ୍ଦିରରେ ୮ ଫୁଟ ବନ୍ୟା ଜଳ, ପାହାଡ଼ ଉପରକୁ ସ୍ଥାନାନ୍ତରିତ ହେଲେ ଚଳନ୍ତି ପ୍ରତିମା ।
ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷା ।
ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ, ୪୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ ।

ଆଜି ରାଜ୍ୟ ସରକାର ଜେଇଇ ମେନ୍ ଓ ଏନ୍ଇଇଟି ପରୀକ୍ଷା ନେଇ ପରୀକ୍ଷାର୍ଥୀ କିଭଳି ସୁବିଧାରେ ରହିବେ ଓ ଯାତାୟତ କରିପାରିବେ, ସେ ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି । ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର ।
ଓପିଜିସିର ପୂରା ମାଲିକ ଏବେ ରାଜ୍ୟ ସରକାର ।
ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଶେଷ ତାରିଖ ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚିଲା ।
କେନ୍ଦ୍ରାପଡ଼ାର ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ୍ର ବିଭିନ୍ନ ଗାଁରେ ଜଳବନ୍ଦୀ ଅବସ୍ଥା । ମାଡ଼ି ଆସୁଛି ବନ୍ୟା, ବିପଦସଙ୍କେତ ଉପରେ ଚାଲିଛି ପାଣି ।
ଜେଇଇ ଓ ଏନଇଇଟି ପରୀକ୍ଷା ପାଇଁ ରାଜ୍ୟ ସରକାର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୧୨ ଦିନ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକଡାଉନ ଓ ସଟଡାଉନକୁ କୋହଳ କଲେ ।
ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ ଭାବେ ଦିନେଶ କୁମାର ଖାରାଙ୍କ ନାମ ସୁପାରିସ ।
ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଫେସବୁକ ନ୍ୟୁଜ ।
ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଏନକାଉଣ୍ଟର, ୩ ଅଜ୍ଞାତ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ ।
ନେଦରଲ୍ୟାଣ୍ଡ ମ୍ୟୁଜିୟମରୁ ସ୍ୱର୍ଣ୍ଣଯୁଗୀୟ କଳାକୃତି ଚୋରି,୧୩ ମିଲିୟନ ପାଉଣ୍ଡର ପେଣ୍ଟିଂକୁ ୩ଥର ନେଲେଣି ଚୋର ।
