ଆଜିର ରାଜ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ ରେ ପହଞ୍ଚିଛି । ଏଥିମଧ୍ୟରୁ ୨୮୭୪୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୩୧ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା ।
ବନ୍ଦ ହେଲା ହୀରାକୁଦର ଆଉ ୩ଟି ଗେଟ୍, ୧୧ ଟି ଗେଟ ଦ୍ୱାରା ଚାଲିଛି ବନ୍ୟାଜଳ ନିଷ୍କାସନ ।

ଭୁବନେଶ୍ୱର-ସୁରାଟ ବିମାନ ସେବା ସେପ୍ଟେମ୍ବର ୯ରୁ ଆରମ୍ଭ :ବିପିଆଇଏ କର୍ତ୍ତୃପକ୍ଷ ।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୯,୩୬,୭୪୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୮,୩୧,୧୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୮,୪୭୨ ରେ ପହଞ୍ଚିଛି । ତେବେ ଆରୋଗ୍ୟ ସଂଖ୍ୟା ୩୦,୩୭,୧୫୧ ରେ ପହଞ୍ଚିଛି ।
ରେଲୱେ ବୋର୍ଡର ପ୍ରଥମ ସିଇଓ ଭାବେ ନିଯୁକ୍ତ ହେଲେ ବିନୋଦ କୁମାର ଯାଦବ ।
ରାଷ୍ଟ୍ରୀୟ ପୋଲିସ ଏକାଡେମୀର ସମାବର୍ତ୍ତନ ପରେଡ କାର୍ଯ୍ୟକ୍ରମରେ ଆଜି ଭାଗନେବେ ପ୍ରଧାନମନ୍ତ୍ରୀ ମୋଦୀ ।
ଚୀନ୍ର ଲୋକପ୍ରିୟ ମୋବାଇଲ ଆପ୍ ପବ୍ଜି ସମେତ ୧୧୮ଟି ଆପ୍କୁ ଭାରତ ନିଷିଦ୍ଧ କଲା ।
ବିଶ୍ୱରେ ୨ କୋଟି ୬୪ ଲକ୍ଷ ୫୮ ହଜାର ୭୪ ଜଣ ଲୋକ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୭୨ ହଜାର ୫୦୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୮୬ ଲକ୍ଷ ୮୬ ହଜାର ୫୦ ଜଣ ସୁସ୍ଥ ହୋଇଥିବା ବେଳେ ୬୯ ଲକ୍ଷ ୩୫ ହଜାର ୧୧ ଜଣ ଲୋକ ଅଛନ୍ତି ଅଛନ୍ତି ।
ଆଜି ବିଶ୍ବ ଖବରକାଗଜ ବିତରକ ଦିବସ ।
ଶ୍ରୀଲଙ୍କାର ପୂର୍ବତଟରୁ ଭାରତ ମହାସାଗରେ ପ୍ରାୟ ୨ ମିଲିଅନ୍ ବ୍ୟାରେଲ ତେଲ ନେଇ ଯାଉଥିବା ଇଣ୍ଡିଆନ ଅଏଲ କର୍ପୋରେସନର ସୁପର ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଉଦ୍ଧାର କାର୍ଯ୍ୟ ଜାରି ।
ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ ।
ମସ୍କୋ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବେ ଚୀନ ପ୍ରତିପକ୍ଷ ଓ୍ଵି ଫେଗହି ।
