‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା । ୪ ବର୍ଷ ମଧ୍ୟରେ ଏ ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ ହେବ।
ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଓଡ଼ିଶାରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ ଭୁବନେଶ୍ୱରେ ପହଞ୍ଚିଲେ ।
ଭାରତରେ ମୋଟ କରୋନାରେ ସଂକ୍ରମିତ ସଂଖ୍ୟା ୫୦,୨୦,୩୫୯ ରେ ପହଞ୍ଚିଛି । ଏହା ମଧ୍ୟରୁ ୯୯୫୯୩୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୨,୦୬୬ ରହିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୩୯,୪୨,୩୬୦ ରେ ପହଞ୍ଚିଛି ।
ଭାରତର ପଡୋଶୀ ନେପାଳରେ ଆଜି ଭୋର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିଲା । ଏହି ଭୂକମ୍ପ ସକାଳ ୫ଟା ୪ ମିନିଟରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପ ଯୋଗୁଁ ନେପାଳ ସୀମାକୁ ଲାଗିଥିବା ବିହାରର ସହରସା, ପୂର୍ବ ଚମ୍ପାରଣ, ମୁଜାଫରପୁର ଅଂଚଳରେ ମଧ୍ୟ ପ୍ରଭାବିତ ହୋଇଛି ।
ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏଥିରେ ଜଣେ ଅଧିକାରୀ ସମେତ ୨ ଜଣ ଆହତ ହୋଇଛନ୍ତି ।
ବିଶ୍ୱରେ ୨ କୋଟି ୯୭ ଲକ୍ଷ ୧୫ ହଜାର ୫୦୪ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୩୮ ହଜାର ୪୦୮ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟ ୧୫ ଲକ୍ଷ ୨୬ ହଜାର ୩୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୫୦ ହଜାର ୬୭୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ପୁଣି ଥରେ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍। କିଛି ଦିନ ପରୀକ୍ଷଣ ବନ୍ଦ ରହିବା ପରେ ଏବେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଅାଇ) ପରୀକ୍ଷଣକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଅନୁମତି ଦେଇଛି ।
ହ୍ୱାଇଟ ହାଉସରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମାରୋହରେ ଇସ୍ରାଏଲ ସହିତ ଐତିହାସିକ ବୁଝାମଣା ନେଇ ଦସ୍ତଖତ ହୋଇଛି । ଏହି ବୁଝାମଣା ଅନୁସାରେ ତଟୀୟ ଦେଶଗୁଡ଼ିକ ଇସ୍ରାଏଲ ସହିତ ସଂପର୍କକୁ ସାଧାରଣ କରିବାକୁ ମାନ୍ୟତା ଦେଇଛି । ଏହି ବୁଝାମଣାକୁ ଅବ୍ରାହମ ଚୁକ୍ତି ନାମ ଦିଆଯାଇଛି ।
ତୁର୍କୀରେ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ଚାଲିଛି । ତୁର୍କୀ ସରକାର କଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ନିଜର ଗଣମାଧ୍ୟମରେ ସ୍ଥାନ ଦେଇଛି । ଏହା ଦ୍ୱାରା ଭାରତ ବିରୋଧରେ ମିଛ ଅପପ୍ରଚାର କରିବାକୁ ଉଦ୍ୟମ କରୁଛି ତୁର୍କୀ ।




