ଆଜିର ଖାସ୍ ଖବର

ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଓ‌ଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। 

ଲଘୁଚାପ ଯୋଗୁଁ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରାରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୩,୦୮,୦୧୪ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୧୩୯୬୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୫,୬୧୯ ରହିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୪୨,୦୮୪,୩୧ ରେ ପହଞ୍ଚିଛି ।

ଆଜିଠାରୁ ଆରମ୍ଭ ହେବ କ୍ରିକେଟର ମହାସମର ଆଇପିଏଲ, ମୁହାଁମୁହିଁ ହେବେ ଦୁଇ ସଫଳ ଦଳ;ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) ।

କରୋନା ସଂକଟ କାଳରେ ଦେଶବ୍ୟାପୀ ବିକ୍ରି ହୋଇଯିବ ୧୦୦୦ରୁ ଅଧିକ ଘରୋଇ ସ୍କୁଲ

ବଲିଉଡ ଅଭିନେତା ସୁଶାନ୍ତ ମୃତ୍ୟୁ ମାମଲା: ସଲମାନ ଓ କରଣ ଜୋହରଙ୍କ ସମେତ ୮ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦେଶ ।

ଭାରତୀୟ ନୌସେନାର ସେବା ନିବୃତ୍ତ ବିମାନ ବାହକ ଜାହାଜ ‘ବିରାଟ’ ଶନିବାର ମୁମ୍ବାଇରୁ ତାର ଅନ୍ତିମ ଯାତ୍ରାରେ ବାହାରିବ। ଏହାକୁ ଗୁଜୁରାଟ ଭାବାନଗରସ୍ଥିତ ଅଲଙ୍ଗକୁ ନିଆଯିବ। ଏଠାରେ ଥିବା ବିଶ୍ୱର ସର୍ବ ବୃହତ୍ତ ବ୍ରେକିଂ ୟାର୍ଡରେ ଏହାକୁ ଭାଙ୍ଗିଦିଆଯିବ।  

ଅନୀଲ ଧସ୍ମାନା ହେଲେ ଗୁଇନ୍ଦା ସଂସ୍ଥା NTROର ନୂଆ ମୁଖ୍ୟ

ସେପ୍ଟେମ୍ବର ୨୧ରୁ ଦେଶରେ ଚାଲିବ ୨୦ ଯୋଡା ସ୍ୱତନ୍ତ୍ର Clone ଟ୍ରେନ୍ ।

କରୋନା ଭାଇରସ ଯୋଗୁଁ ବିଶ୍ୱରେ ୩ କୋଟି ୬ ଲକ୍ଷ ୮୫ ହଜାର ୨୫୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୫୫ ହଜାର ୬୯୪ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୨୩ ଲକ୍ଷ ୨୭ ହଜାର ୨୩୨ ଜଣ ସୁସ୍ଥ ହୋଇଥିବା ବେଳେ ୭୪ ଲକ୍ଷ ୨ ହଜାର ୩୩୧ ଜଣ ଲୋକ ସକ୍ରିୟ ଅଛନ୍ତି ।

ଓସ୍କାର ବିଜେତା ଫିଲ୍ମ ଫରେଷ୍ଟ୍ ଗମ୍ପର ଲେଖକ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ ।

ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆ, ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ ।

ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ ଆପ, ଟିକଟକ ଏବଂ ୱି-ଟାଟକୁ ବ୍ୟାନ କରିଛି ଟ୍ରମ୍ପ ପ୍ରଶାସନ । ଦୁଇଟିଯାକ ମେସେଜିଂ ଓ ଭିଡିଓ ସେୟାରିଂ ଆପ୍ ଆଗାମୀ ୪୮ ଘଂଟା ପରେ ଆଉ କୌଣସି ପ୍ଲେ-ଷ୍ଟୋରରୁ ଡାଉନଲୋଡ ହେବନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Sep 24 , 2020
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ  ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏଥିମଧ୍ୟରୁ ୩୮୮୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୭୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି […]

You May Like

Pin It on Pinterest