ଆଣ୍ଡାମାନରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ତାଙ୍କ ସହଯୋଗୀମାନଙ୍କ ସହ ଧାରଣାରେ ବସିଛନ୍ତି।
ଓଡ଼ିଶାରେ ରାଜ୍ୟ ବାହାର ଗାଡ଼ି ପାଇଁ କଟକଣା । ଏହି ଗାଡ଼ିଗୁଡ଼ିକ ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଅର୍ଥରାଶି ପୈଠ କରିବାକୁ ଚେତାବନୀ ଦେଇଛନ୍ତି ପରିବହନ କମିସନର। ଯେଉଁମାନେ ନିୟମ ଖିଲାପ କରି ଓଡ଼ିଶା ସୀମା ଭିତରକୁ ଗାଡ଼ି ପ୍ରବେଶ କରାଇବେ ସେମାନଙ୍କ ଗାଡ଼ି ଜବତ କରାଯିବ।
ବରିଷ୍ଠ ଓଲିଉଡ଼ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ।
ପ୍ରକାଶ ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ : କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା ଆଗରେ ।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୬,୮୫,୦୮୩ ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୧୯,୦୨୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୩୫୬୯କୁ ବୃଦ୍ଧି ପାଇଛି । ତେବେ ଆରୋଗ୍ୟ ସଂଖ୍ୟା ୫୬୬୨୪୯୦ ରେ ପହଞ୍ଚିଛି ।
ବିହାର ନିର୍ବାଚନ: ବିଜେପି-ଜେଡିୟୁର ଆସନ ବୁଝାମଣା ନେଇ ଆଜି ହୋଇପାରେ ଘୋଷଣା ।
ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଗତକାଲି ପାକିସ୍ତାନ ତରଫରୁ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଏଥିରେ ସୁବେଦାର ସୁକଦେବ ସିଂହ ସହିଦ ।
ଭୂକମ୍ପରେ ଥରିଲା ପୂର୍ବ ଲେହ ଅଞ୍ଚଳ । ମଙ୍ଗଳବାର ଦିନ ସକାଳ ୫.୧୩ ସମୟରେ ଲେହରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା ୫.୧ ଥିବା ଜଣାପିଡିଛି ।
କରୋନା ସଂକଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ସମୟରେ ପରସ୍ପର ମଧ୍ୟରେ ସହଯୋଗ ଏବଂ ଆର୍ଥିକ ସଂପର୍କକୁ ବଢ଼ାଇବା ନେଇ ଆଲୋଚନା କରିଛନ୍ତି ।
ବିଶ୍ୱରେ ୩ କୋଟି ୫୬ ଲକ୍ଷ ୯୩ ହଜାର ୫୩୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୪୫ ହଜାର ୮୪୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୬୮ ଲକ୍ଷ ୫୯ ହଜାର ୪୦୪ ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଲକ୍ଷ ୮୮ ହଜାର ୨୮୦ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରୁ ସୁସ୍ଥ ହୋଇଛନ୍ତି । ହସ୍ପିଟାଲରେ ୪ ଦିନର କୋଭିଡ ଚିକିତ୍ସା ପରେ ହ୍ୱାଇଟ ହାଉସକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ ।




