ଆଜିର ଖାସ୍ ଖବର

ରାଜ୍ୟରେ ୨୨୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୯୩୭ରେ ପହଞ୍ଚିଛି । ଏଥିମଧ୍ୟରୁ ୨୫୬୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୦୧୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ୩ ନାମଲେଖା ପାଇଁ ଆସନ୍ତା ୨୨ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ  । 

ସକାଳ ସାଢେ ୬ଟାରୁ ସାଢେ ୭ଟା ଭିତରେ ଗଭୀର ଅବପାତ କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ବର୍ତ୍ତମାନ ଦେଶରେ ୭୧,୭୫,୮୮୨ଜଣ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ୮ ଲକ୍ଷ ୩୮ ହଜାର ୭୨୯ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ଆରୋଗ୍ୟ ଲାଭ କରି ସାରିଲେଣି ୬୨ ଲକ୍ଷ ୨୭ ହଜାର ୨୯୬ ଜଣ। ଏବେ ସୁଦ୍ଧା କରୋନ ହେତୁ ୧ ଲକ୍ଷ ୯ ହଜାର ୮୫୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭାଇରସ୍‌ ଟୀକାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ୨୦୨୧ ଆରମ୍ଭରେ ଭାରତକୁ ମିଳିପାରେ ମହାମାରୀ କରୋନା ବିରୋଧୀ ଟିକା।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନାର ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍’ (ବିଆର୍‌ଓ) ଦ୍ବାରା ନିର୍ମିତ ୪୪ଟି ସେତୁର ଔପଚାରିକ ଉଦ୍‌ଘାଟନ କରିଛନ୍ତି।

କରୋନା ମହାମାରୀ ପ୍ରଭାବରେ ମନ୍ଥର ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି।

ଆଜିଠୁ ଖୋଲିବ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ।

ବିଶ୍ୱରେ ୩ କୋଟି ୮୦ ଲକ୍ଷ ୨୯ ହଜାର ୨୧୭ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୮୫ ହଜାର ୯୨ ଜଣ ପ୍ରାଣ ହରାଇଛନ୍ତି । ୨ କୋଟି ୮୫ ଲକ୍ଷ ୮୭ ହଜାର ୮୯୮ ଜଣ ସୁସ୍ଥ ହୋଇଥିବା ବେଳେ ୮୩ ଲକ୍ଷ ୫୬ ହଜାର ୨୨୭ ଜଣ ଲୋକ ସକ୍ରିୟ ଅଛନ୍ତି । 

ବିଶ୍ବର ସବୁଠୁ ଥଣ୍ଡା ସ୍ଥାନ, ଆର୍କଟିକ ଇଲାକା ଉପରେ ଆମେରିକା ଓ ରୁଷର ନଜର, ନରଓ୍ବେ ୧୮ ବର୍ଷ ପରେ ଖୋଲୁଛି ପରମାଣୁ ସବମରିନ୍ ବେସ୍ ।

ନିଲାମ ତତ୍ତ୍ବରେ ଉଲ୍ଲେଖନୀୟ ଉନ୍ନତି ଆଣିଥିବା ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ପ୍ରଫେସର ପଲ୍‌ ମିଲିଗ୍ରମ୍‌(୭୨) ଓ ପ୍ରଫେସର ରବର୍ଟ ଵିଲସନ୍‌(୮୩)ଙ୍କୁ ଚଳିତବର୍ଷ ଅର୍ଥନୀତିରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଓ ପଞୀକରଣ ର ନିୟମ କଣ...

Tue Oct 13 , 2020
ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା  ଓ ଏହାର ନିୟମ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ କେନ୍ଦ୍ର ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା କୃଷକମାନେ ସରକାରଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ପୂରଣ କରିପାରିବେ। ଏହି ଆର୍ଥିକ ସହାୟତା ମାଧ୍ୟମରେ କୃଷକ ସହଜରେ ଚାଷ ସମ୍ବନ୍ଧୀୟ କାର୍ଯ୍ୟଗୁଡିକ କରିବାକୁ ସକ୍ଷମ ହେବେ | ଏହି ଯୋଜନା ଅଧୀନରେ ବାର୍ଷିକ 6000 ଟଙ୍କା କୃଷକଙ୍କ ଆକାଉଣ୍ଟରେ […]

You May Like

Pin It on Pinterest