ଆଜିର ଖାସ୍ ଖବର

ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୨୦୧୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୫୧୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୫୭୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଢେଙ୍କାନାଳ, ଅନୁଗୁଳ ସମେତ କଟକ, ଖୋର୍ଧା, ନୟ‌ାଗଡ଼, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ।

ଚଳଚ୍ଚିତ୍ର ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ରାଶି ୨ଲକ୍ଷକୁ ବୃଦ୍ଧି ପାଇଛି। 

ଆସନ୍ତ‌ା ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୧୯୬ ଯୋଡ଼ା ତଥା ୩୯୨ଟି ‘ଫେଷ୍ଟିଭାଲ୍‌ ସ୍ପେସାଲ’ ଟ୍ରେନ୍‌ ଚଳାଚଳ କରିବ। ସେଥିମଧ୍ୟରୁ ପୂର୍ବତଟ ରେଳପଥରେ ୫୨ଟି ଟ୍ରେନ୍‌ ଚାଲିବ।

ଆଜି ପୂର୍ବତନ ରାଷ୍ଟ୍ରପତି ତଥା ପ୍ରସିଦ୍ଧ ବୈଜ୍ଞାନିକ ଏପିଜେ ଅବ୍ଦୁଲ କଲାମଙ୍କ ଜୟନ୍ତୀ । ସେ ଆଜିର ଦିନରେ ୧୯୩୧ ମସିହାରେ ତାମିଲନାଡୁର ପ୍ରସିଦ୍ଧ ସହର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ । 

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୮ ରହିଥିବା ବେଳେ ୧ ଲକ୍ଷ ୧୧ ହଜାର ୨୬୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏବେ ଦେଶରେ ସକ୍ରିୟ ମାମଲା ରହିଛି ୮ ଲକ୍ଷ ୧୨ ହଜାର ୩୯୦ କରୋନାରୁ ଆରୋଗ୍ୟ ହୋଇ ସାରିଲେଣି ୬୩ ଲକ୍ଷ ୮୩ ହଜାର ୪୪୨ ଜଣ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଦିଲ୍ଲୀ ସରକାର ଜେନରେଟର ଉପରେ କଟକଣା ଲଗାଇଛନ୍ତି। ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ଟ୍ବିଟ୍ କରି କହିଛନ୍ତି ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ଡିଜେଲ, ପେଟ୍ରୋଲ, କିରୋସିନରେ ଚାଲୁଥିବା ଜେନରେଟର ଉପରେ ଆଜି ଠାରୁ କଟକଣା ଲାଗୁ ହୋଇଛି।

ଅନଲକ ୫.୦ ଅନୁଯାୟୀ ଆଜିଠାରୁ ଓଡ଼ିଶାକୁ ଛାଡ଼ି ଦେଶର ଅନ୍ୟ ରାଜ୍ୟରେ ସିନେମା ହଲଗୁଡ଼ିକ ଖୋଲୁଛି ।

ବିଶ୍ୱରେ ୩ କୋଟି ୮୭ ଲକ୍ଷ ୨୯ ହଜାର ୩୬୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୯୬ ହଜାର ୩୨୦ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୯୧ ଲକ୍ଷ ୧୯ ହଜାର ୨୪୯ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଲକ୍ଷ ୧୩ ହଜାର ୬୦୫ ଜଣ ଲୋକ ସକ୍ରିୟ ଅଛନ୍ତି ।

ଚୀନ୍‌ ଏବଂ ପାକିସ୍ତାନ ପୁଣି ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)କୁ ମନୋନୀତ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ କୃଷି ଜଳଯୋଗାଣ ଯୋଜନା ଅଧିନରେ ସବସିଡ୍....

Fri Oct 16 , 2020
ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଅଧୀନରେ ସବସିଡି |ଏହି ଯୋଜନା ଅଧୀନରେ ସାଧାରଣ ଚାଷୀଙ୍କୁ ୮୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଥିବାବେଳେ କ୍ଷୁଦ୍ର ଏବଂ ମାଇକ୍ରୋ ଚାଷୀଙ୍କୁ ୯୦  ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି। ଏହି ଯୋଜନାରେ, ପ୍ରଥମ ଭିତରର ପ୍ରଥମ ପାସ୍ ର ନୀତି କାର୍ଯ୍ୟକାରୀ ହୋଇଛି | ଏଥିପାଇଁ କୃଷକମାନେ ଅନଲାଇନରେ ଆବେଦନ କରିପାରିବେ। ପଞ୍ଜୀକୃତ ଫାର୍ମରୁ ସ୍ପ୍ରିଙ୍କଲର ପାଇପ୍ କିଣିବା ପରେ ଚାଷୀଙ୍କୁ ବିଲ୍ ସହିତ […]

You May Like

Pin It on Pinterest