ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଏଥିମଧ୍ୟରୁ ୨୧୪୫୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୯୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮କୁ ବୃଦ୍ଧି ପାଇଛି ।
ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ୨ ଅପ୍ସନାଲ ପରୀକ୍ଷା ଆୟୋଜିତ ହେବ । ଛାତ୍ରୀଛାତ୍ରମାନେ ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।
ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଜବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ ଜବାନଙ୍କ ଦ୍ୱାରା ୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ କରିଛି ।
ବିହାର ନିର୍ବାଚନ ପାଇଁ ଆଜି ପ୍ରଚାର ଶୋଭାଯାତ୍ରାରେ ଯୋଗଦେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସାଧାରଣ ସଭା ଅକ୍ଟୋବର 20ରେ ସକାଳ 11 ଟାରୁ ରାମଗଡ ବିଧାନସଭାରେ ଅନୁଷ୍ଠିତ ହେବ।
ପୂର୍ବ ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ମଧ୍ୟରେ ଭାରତ ମାଲବାର ନୌସେନା ଅଭ୍ୟାସରେ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ଘୋଷଣା କରିଛି ।
ଏଥର ମାଲବାର ନୌସେନା ଅଭ୍ୟାସ ଚଳିତ ବର୍ଷ ଶେଷ ସୁଦ୍ଧା ବଙ୍ଗୋପସାଗରରେ ଆୟୋଜନ କରାଯିବ । ଏଥିରେ ଭାରତ ଆମେରିକା ଓ ଜାପାନ ବ୍ୟତୀତ ଅଷ୍ଟ୍ରେଲିଆର ନୌସେନାକୁ ସାମିଲ କରିବା ଲାଗି ଔପଚାରିକ ଭାବେ ନିମନ୍ତ୍ରଣ ପଠାଯାଇଛି ।
ବିଶ୍ୱରେ ୪ କୋଟି ୬ ଲକ୍ଷ ୨୯ ହଜାର ୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୨୨ ହଜାର ୭୩୪ ଜଣଙ୍କର ମୃତ୍ୟୁ ହୋଇଛି । ୩ କୋଟି ୩୩ ଲକ୍ଷ ୯ ହଜାର ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୯୧ ଲକ୍ଷ ୬୬ ହଜାର ୪୭୩ ଜଣ ଲୋକ ସକ୍ରିୟ ଅଛନ୍ତି ।




