
ବାସ୍ତବବ୍ୟୁରୋ: କୋରୋନା ମହାମାରୀ ସଙ୍କଟ କେବେ ଟଳିବ ତାହା ଇଶ୍ୱରଙ୍କୁ ଜଣା,ଏଥିରେ ସମସ୍ତଙ୍କର କ୍ଷତି ହେଉଛି । ସବୁଠାରୁ ବଡ଼ଚିନ୍ତା ପିଲାଙ୍କ ଭବିଷ୍ୟତ କୁ ନେଇ ,ସ୍କୁଲ ,କଲେଜ କେବେ ଖୋଲିବ କାହାକୁ ଜଣା ନଥିଲାବେଳେ ,ସରକାର ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ(ଡିଡି ଓଡ଼ିଆ) ମାଧ୍ୟମରେ ରେ ଶିକ୍ଷା ଦେବାପାଇଁ ସ୍ଥିର କରିଛନ୍ତି ।
ଅକ୍ଟୋବର ୨୬ରୁ ନଭେମ୍ବର ୨ ପର୍ଯ୍ୟନ୍ତ ୬ ଦିନ ଧରି ବାଣିଜ୍ୟ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରେ ପଢ଼ାଯିବ। ୨୬ ତାରିଖରେ ବାଣିଜ୍ୟ, ୨୭ରେ ରସାୟନ ବିଜ୍ଞାନ, ୨୮ ଓ ୨୯ରେ ଗଣିତ, ୩୦ରେ ଉଦ୍ଭିଦ ବିଜ୍ଞାନ ଓ ୨ ତାରିଖରେ ଜୀବ ବିଜ୍ଞାନ ବିଷୟରେ ପ୍ରସାରଣ ହେବ।ଶନିବାର ଓ ରବିବାର ବ୍ୟତୀତ ବାକି ଦିନରେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ , ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେବ। ଏସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ଆଜି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଥିବାର ସୂଚନା ମିଳିଛି ।