କୋଭିଡ-୧୯ କଟକଣା ମଧ୍ୟରେ ଆଜି ଭୋର ସକାଳୁ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ମଧୁମେହ ରୋଗୀଙ୍କୁ କରୋନା ହେଲେ ନିମୋନିଆ ଆଶଙ୍କା ବେଶି: ଡା.ସୁନୀଲ କୋଟା ।
ବାଲେଶ୍ୱର ଉପନିର୍ବାଚନରେ ବିଜେପି ପାଇଁ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଧର୍ମେନ୍ଦ୍ର ଗତ ରାତିରୁ ବାଲେଶ୍ୱରରେ ପହଞ୍ଚିଛନ୍ତି ।
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ କରାଯାଇଛି ।
କରୋନା ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ଦୁର୍ଗା ପୂଜା ପାଳିତ ହେଉଥିବା ବେଳେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡ଼ା କଟକଣା ଲାଗୁ କରିଛି ବିଏମ୍ସି। ବିସର୍ଜନ ନିୟମ ଉଲ୍ଲଙ୍ଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର ।
ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୭୮,୧୪,୬୮୨ରେ ପହଞ୍ଚିଛି । ଏହା ମଧ୍ୟରୁ ୬୮୦୬୮୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୧୭,୯୫୬ କୁ ବୃଦ୍ଧି ପାଇଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୭୦୧୬୦୪୬ ରେ ପହଞ୍ଚିଛି ।
କରୋନା କଟକଣା ନିୟମକୁ ପାଳନ କରି ଉତ୍ତର ପ୍ରଦେଶର ମଥୁରାସ୍ଥିତ ବାଙ୍କେ ବିହାରୀ ମନ୍ଦିର ମଧ୍ୟ ଆସନ୍ତା ୨୫ ତାରିଖଠାରୁ ଖୋଲିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର) ଗୁଜୁରାଟରେ ୩ଟି ପ୍ରକଳ୍ପ ଉଦଘାଟନ କରିବେ । ମୋଦୀ ଏହି ପ୍ରକଳ୍ପ ଗୁଡ଼ିକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ଏଥିରେ ଗୁଜୁରାଟରେ ଚାଷୀଙ୍କ ପାଇଁ ‘କିଷାନ ସର୍ବୋଦୟ ଯୋଜନା’ ମଧ୍ୟ ସାମିଲ ରହିଛି ।
ବିଶ୍ୱରେ ୪ କୋଟି ୧୦ ଲକ୍ଷ ୨୪ ହଜାର ୯୨୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୪୮ ହଜାର ୬୯୮ ଜଣଙ୍କର ମୃତ୍ୟୁ ହୋଇଛି । ୩ କୋଟି ୧୪ ଲକ୍ଷ ୧୭ ହଜାର ୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୯୮ ଲକ୍ଷ ୯୬ ହଜାର ୭୨୮ ଜଣ ଲୋକ ସକ୍ରିୟ ଅଛନ୍ତି ।
ଚୀନର ଆକ୍ରମଣରୁ ରକ୍ଷା ପାଇବା ଲାଗି ଭାରତ ଭଳି ଦେଶ ସହିତ କାମ କରିବାର ଆବଶ୍ୟକତା ରହିଛି : ଆମେରିକା
ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଇବା ନେଇ ନିୟନ୍ତ୍ରଣ କରିନପାରିବା ଯୋଗୁଁ ପାକିସ୍ତାନ ପୁଣି ଥରେ ଏଫଏଟିଏଫର(Financial Action Task Force) କଳା ତାଲିକାରେ ରହିବ ।