+୨ ରେ ଖାଲିଥିବା ସିଟ ପୁରାଣ ପାଇଁ ନାମଲେଖା ନଭେମ୍ବର ୫ ରୁ ….

ବାସ୍ତବବ୍ୟୁରୋ : ଯୁକ୍ତ୨ ରେ ଖାଲି ଥିବା ୧ଲକ୍ଷ ୨୫ ହଜାର ୪୦୭ ସିଟ୍‌ ପୂରଣ ଲାଗି, ଆଉଥରେ ଯୁକ୍ତ୨ କଲେଜ ର କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ| ନଭେମ୍ବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ

୨୩ ତାରିଖ ଅପରାହ୍‌ଣ ୨ଟାରେ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୪ରୁ ୨୭ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। କେତେ ଛାତ୍ରଛାତ୍ରୀ ନାମ ଲେଖାଇଲେ, ସେନେଇ ୨୮ ତାରିଖ ଅପରାହ୍‌ଣ ୫ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଇ-‌ସ୍ପେସ୍‌ରେ ଉଲ୍ଲେଖ କରାଯିବ। ଡିସେମ୍ବର ୩ରେ ସ୍ପଟ୍‌ ଚୟନ ମେଧା ତାଲିକା ପ୍ରକାଶ ପାଇବା ସହ ୩ ଓ ୪ରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ ଏବଂ ୫ ତାରିଖରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ୭ ତାରିଖ ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ତଥ୍ୟ ଯୁକ୍ତ୨ କଲେଜର ଇ-ସ୍ପେସ୍‌ରେ ଉପଲବ୍ଧ ହେବ|ଏହା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଅଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଜନ କମାଇବାକୁ ଚାହାନ୍ତି ...?ସନ୍ଧ୍ୟା ଜଳଖିଆରେ ଯୋଗ କରନ୍ତୁ ଏହି ୧୦ ଟି ଜିନିଷ .....

Wed Nov 4 , 2020
ବାସ୍ତବବ୍ୟୁରୋ : ଲୋକମାନେ ମଧ୍ୟାହ୍ନ ଭୋଜନ ପରେ ସନ୍ଧ୍ୟା ସ୍ନାକ୍ସରେ ଚା ସହିତ କିଛି ମସଲାଯୁକ୍ତ ଜିନିଷ ଖାଇବାକୁ ପସନ୍ଦ କରନ୍ତି | ଏହି ମସଲାଯୁକ୍ତ ଏବଂ ତେଲିଆ ସ୍ନାକ୍ସଗୁଡ଼ିକ ଶୀଘ୍ର ଆମର ଭୋକକୁ ଦୂର କରେ କିନ୍ତୁ ଆମର ଓଜନ ବଢ଼ାଇଥାଏ | ସେଗୁଡ଼ିକ ଆପଣଙ୍କ ଶରୀର ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାନ୍ତି | ତେଣୁ ଯଦି ତୁମେ ମେଦବହୁଳ ବା ମୋଟାପାରୁ ମୁକ୍ତ ହୋଇ,ଏକ […]

You May Like

Pin It on Pinterest