
ଗୁଡ ଓ ଜିରା, ଏହି ଦୁଇଟି ରୋଷେଇ ଘର ର ଜରୁରୀ ସାମଗ୍ରୀ, ସାଧା ହେଉ ବା ଆମିଷ. ତରକାରୀ କୁ ସ୍ୱାଦିଷ୍ଟ କରିବା ପାଇଁ ଜିରା ର ପ୍ରୟୋଗ ନିହାତି ଜରୁରୀ.ତରକାରୀ କୁ ସ୍ୱାଦିଷ୍ଟ କରିବା ପାଇଁ ଜିରା ର ପ୍ରୟୋଗ ନିହାତି ଜରୁରୀ. ସେହିପରି ଗୁଡ ର ଚାହିଦା ଘରେ ଘରେ, ସେ ଆମ୍ବ ଖଟ୍ଟା ହେଉ ବା ବିଲାତି କିମ୍ବା ଖଜୁରୀ ସେଉ ର ଜେଲି, ସଦା ବେଳେ ସବୁଠାରେ ଗୁଡ ର ଚାହିଦା ରହିଛି . ହେଲେ ଏହାର ଔଷଧୀୟ ଗୁଣ ବିଷୟ ରେ ଅନେକ ଙ୍କୁ ଅଜଣା. ଆସନ୍ତୁ ଜାଣିବା ଜିରା ଓ ଗୁଡ ପାଣିର ଉପକାରିତା.

ରୋଷେଇ ଘରେ ବ୍ୟବହୃତ ହେଉଥିବା ସାମଗ୍ରୀ ଯଥା ପିଆଜ, ରସୁଣ, ଅଦା,ହଳଦୀ, ଗୋଲମରିଚ, ଲବଙ୍ଗ ରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ. ହେଲେ ଆଜି ଆମେ ଜାଣିବା ଗୁଡ ଓ ଜିରା ପାଣି ରେ ଲୁଚି ରହିଥିବା ଆମ ମାନଙ୍କ ପାଇଁ ଫାଇଦା. ଗୁଡ ଓ ଜିରା କୁ ରାତି ରେ ପାଣି ରେ ମିଶାଇ ସକାଳେ ଖାଲି ପେଟ ରେ ସେହି ମିଶ୍ରଣ କୁ ପିଇଲେ ମିଳୁଥିବା ଫାଇଦା ଯଥା:-୧-ଯଦି ଆପଣ ଆନେମିଆ ବା ରକ୍ତହୀନତା ର ସମସ୍ୟା ରେ ପୀଡିତ ତେବେ ଏହି ମିଶ୍ରଣ କୁ ନିହାତି ପେଇବା ଆବଶ୍ୟକ.୨-ପେଟ ରେ ସମସ୍ୟା ଯେମିତି କି ଗ୍ୟାସ, କୋଷ୍ଠକାଠିନ,ପେଟ ଫୁଲିବା ବା ପେଟ ରେ ଯନ୍ତ୍ରଣା ହେଲେ ଏହି ଔଷଧୀୟ ଗୁଣ ରେ ଭରପୁର ଗୁଡ ଜିରା ପାଣି ପିଇଲେ କଷ୍ଟ ଲାଘବ ହୋଇଥାଏ.୩-ଜର, ଥଣ୍ଡା କିମ୍ବା ମୁଣ୍ଡ ବଥା ହେଉଥିଲେ ଏହି ମିଶ୍ରଣ ର ସେବନ ରେ ଆରାମ ମିଳିଥାଏ. ୪-ଏହା ଆମ ଶରୀର ରେ ଥିବା ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ.


