
ବାସ୍ତବବ୍ୟୁରୋ: ଶୀତଦିନେ ଜୁଆଣିର ନିୟମିତ ସେବନ କରନ୍ତୁ ଏବଂ ଆଶ୍ଚର୍ଯ୍ୟଜନକ ଲାଭ ପାଆନ୍ତୁ | ହେଲେ କିପରି କରିବା,ଆମ ରୋଷେଇ ଘରେ ଏପରି ଜିନିଷ ଅଛି, ଯାହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ | କିନ୍ତୁ ଆମେ ସେମାନଙ୍କର ଲାଭ ବିଷୟରେ ଜାଣିନାହୁଁ | ହଁ, ଆମ ରୋଷେଇରେ ବ୍ୟବହୃତ ଜୁଆଣିର ଏପରି ଗୁଣ ବିଷୟରେ ଆମେ ଆପଣଙ୍କୁ ଏହି ଆର୍ଟିକିଲରେ କହୁଛୁ, ଜାଣିବା ପରେ ଆପଣ ଆଜିଠାରୁ ଏହାକୁ ଖାଇବା ଆରମ୍ଭ କରିବେ |
ଜୁଆଣି ପ୍ରାୟ ପ୍ରତ୍ୟେକଙ୍କ ରୋଷେଇ ଘରେ ରହିଥାଏ , ଏହାର ବ୍ୟବହାର ଅନେକ ରୋଗକୁ ଦୂରେଇ ରଖେ | ଏଥି ସହିତ, ଶୀତ ଋତୁରେଏହା ଅତ୍ୟନ୍ତ ଲାଭଦାୟକ ଅଟେ | ଯାହା ଆମେ ଜାଣିବି ଅଜଣା, ତେବେ ଆସନ୍ତୁ ଜାଣିବା …..
ପେଟ ସମସ୍ୟାର ସମାଧାନ- ଜୁଆଣି ଖାଇବା ଦ୍ୱାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ | ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାର ଗ୍ରହଣ ଅତ୍ୟନ୍ତ ଲାଭଦାୟକ ଅଟେ | ପେଟ ଯନ୍ତ୍ରଣା, ପେଟ ବ୍ୟଥା, ଖଟା ହାକୁଡ଼ି , ଏସିଡ଼ିଟି , ଅମ୍ଳତା ଇତ୍ୟାଦିରୁ ମୁକ୍ତି ପାଇଁ ଜୁଆଣି ଅତ୍ୟନ୍ତ ଲାଭଦାୟକ |
ମେଦ ସମସ୍ୟା- ଯଦି ଆପଣ ଓଜନ ବୃଦ୍ଧିରୁ ଆରାମ ପାଇବାକୁ ଚାହାଁନ୍ତି, ତେବେ ଜୁଆଣି ବହୁତ ଲାଭ ଦିଏ | ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଜୁଆଣି ଖିଆଯାଏ | ସକାଳ ଓ ସନ୍ଧ୍ୟାରେ ଖାଦ୍ୟ ଖାଇବା ପରେ ଜୁଆଣି ଖାଆନ୍ତୁ | ଏହା ବ୍ୟତୀତ ଜୁଆଣି ପାଣି ମେଦ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
ଥଣ୍ଡା ଜନିତ ସମସ୍ୟା- ଶିତ ଦିନ, ଆପଣଙ୍କୁ ଥଣ୍ଡା କାଶ ଭଳି ଅସୁବିଧାରେ ପକାଇଥାଏ | ଯଦି ଥଣ୍ଡା,କାଶ ବା ଥଣ୍ଡା ଜ୍ଵର ଦ୍ୱାରା ଅସୁବିଧାରେ ପଡ଼ନ୍ତି ,ତେବେ ଜୁଆଣି ର କଢ଼ା ( ଡିକୋକ୍ସନ୍ )ବ୍ୟବହାର ଲାଭଦାୟକ ଅଟେ |



