ଅଲବିଦା ଖୟାମ….

ଖୟାମ ନାମରେ ପ୍ରସିଦ୍ଧ ଦିଗ୍ଗଜ ସଂଗୀତକାର ମହମ୍ମଦ ଜହୁର ଖୟାମଙ୍କର ୯୧ ବର୍ଷ ବୟସରେ ଗତ କାଲି ଦେହାନ୍ତ ହୋଇଛି, ଛାତିରେ ସଂକ୍ରମଣ ଏବଂ ନିମୋନିଆ ପାଇଁ ତାଙ୍କୁ ଗତ ଜୁଲାଇ ୨୮ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲ ରେ ଭର୍ତି କରାଯାଇଥିଲା କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା | ଡ଼କ୍ଟରଙ୍କ କହିବାନୁସାରେ ଚିକିତ୍ସିତ ହେଉଥିବା ସମୟରେ ରାତି ପ୍ରାୟ ସାଢେ ୯ଟାରେ ତାଙ୍କର ହୃଦଘାଟରେ ଦେହାନ୍ତ ହୋଇଯାଇଥିଲା |

ବିଗତ କିଛି ଦିନରୁ ଖୟାମଙ୍କର ଖୁବ୍ ନିକଟତର ଏବଂ ଲୋକପ୍ରିୟ ଗଜଲ ଗାୟକ ତଳତ ଅଜିଜ୍ ଏବିପି ନ୍ୟୁଜ୍ ରେ ଖୟାମ ଅସୁସ୍ଥ ଥିବା ଦର୍ଶାଇଥିଲେ | ତାଙ୍କ କହିବା ମୁତାବକ ଜୁଲାଇ ୨୮ ରେ ହଠାତ୍ ନିଜ ଘରେ ସେ ପଡିଯାଇଥିଲେ | ତେଣୁ ତୁରନ୍ତ ତାଙ୍କୁ ସୁଜୟ ହସ୍ପିଟାଲ ନିଆଯାଇଥିଲା | ଫୁସଫୁସ୍ ରେ ସଂକ୍ରମଣ ହୋଇଯାଇଥିବା ଡ଼କ୍ଟର କହିଥିଲେ | ସେବେଠାରୁ ସେଠାରେ ସ୍ପେସିଆଲିଷ୍ଟଙ୍କ ତତ୍ୱାବଧାନରେ ଆଇସିୟୁ ରେ ରଖାଯାଇଥିଲା |
ଖୟାମଙ୍କର ଚିକିତ୍ସା କରୁଥିବା ଡ଼କ୍ଟର ଅଭିଷେକ ଭାର୍ଗବ ଦୁଇ ଦିନ ପୂର୍ବରୁ ଏବିପି ନ୍ୟୁଜକୁ ଖାସ୍ କଥାବାର୍ତ୍ତାରେ ଜଣାଇଥିଲେ କି ଖୟାମ ସାହେବଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ହଠାତ୍ ରକ୍ତଚାପ କମ ହେବାରୁ ରକ୍ତଚାପ ବଡ଼ାଇବା ପାଇଁ ମେଡିସିନ୍ ଦିଆଯାଇଥିଲା |

ପଞ୍ଜାବର ରାହୋ ନାମକ ଗାଁରେ ଜନ୍ମ ହୋଇଥିଲେ ଖୟାମ | ୧୯୫୩ରେ ସଂଗୀତକାର ଭାବରେ ସେ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ | ସେହିବର୍ଷ ତାଙ୍କର ଫିଲ୍ମ “ଫିର ସୁବହ ହୋଗି” ଆସିଥିଲା ଏବଂ ଏଥିରେ ସଂଗୀତକାର ଭାବରେ ତାଙ୍କର ପରିଚୟ ସୃଷ୍ଟି ହେଲା | ଚାରି ଦଶକ କ୍ୟାରିଅରରେ ତାଙ୍କର ପରିଚୟ ଖୁବ୍ କମ୍ କିନ୍ତୁ ଉଚ୍ଚକୋଟୀର ସଂଗୀତ ଦେବାରେ ତାଙ୍କର ନାମ ଥିଲା |


୨୦୦୭ରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା ଏବଂ ୨୦୧୧ ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୂଷଣ ଉପାଧିରେ ବିଭୂଷିତ କରାଯାଇଥିଲା |
“ଫିର ସୁବହ ହୋଗି” ଫିଲ୍ମକୁ ଛାଡିଦେଲେ “ଉନମେ କଭି କଭି”, “ଉମରାଓଜାନ”, “ବାଜାର” ଆଦି ଫିଲ୍ମରେ ଖୟାମ ସାହେବଙ୍କର ସଂଗୀତ ବେଶ୍ ଚର୍ଚ୍ଚାରେ ରହିଆସିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖାସ୍ ଖବର ଆଜିର...

Wed Aug 21 , 2019
୧-ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ୨-ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ:ସବୁ ଶିକ୍ଷା ଅନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା। ୩-ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମ ବଙ୍ଗରେ ଟ୍ରକ୍ ଧର୍ମ ଘଟ: ପିଆଜ ୩୦ ଓ ଆଳୁ ହେଲାଣି ୧୫। ୪-ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼” ସେପ୍ଟେମ୍ବର ୧ରୁ ଲାଗୁ : ମନ୍ତ୍ରୀ ରଣେନ୍ଦ୍ର […]

You May Like

Pin It on Pinterest