ବାସ୍ତବବ୍ୟୁରୋ:ସୁପରଷ୍ଟାର ରଜନୀକାନ୍ତ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଦୁଇଦିନ ତଳେ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ |ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍ରେ ବ୍ୟସ୍ତ ଥିଲେ।
ସୁଟିଙ୍ଗ୍ ସେଟ୍ରେ ଦୁଇଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ହେବା ପରେ, ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍ ବୋଲି ଜଣାପଡ଼ିଥିଲା।ରକ୍ତଚାପ ସ୍ଥିର ନରହିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଂପୂର୍ଣ୍ଣ ଭାବେ ବିିଶ୍ରାମ କରିବା ସହ କୌଣସି କଥାକୁ ନେଇ ଚିନ୍ତା ନକରିବାକୁ ଡାକ୍ତର ସୁପରଷ୍ଟାର ରଜନୀକାନ୍ତଙ୍କୁ ପରାମର୍ଶ ଦେଇ କହିଛନ୍ତି |



