ବାସ୍ତବବ୍ୟୁରୋ:ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଏକ ସତର୍କ ସୂଚନାରେ କୁହାଯାଇଛିକି ।ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବାବେଳେ,ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ସକାଳୁ ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ରହିଥିଲା | ଫୁଲବାଣୀରେ ତାପମାତ୍ର ୫.୦୩ଡିଗ୍ରି ସେଲସିୟସ ରହିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ|
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକର ଗୋଟିଏ ଦୁଇଟି ସ୍ଥାନ ସହ, ନୟାଗଡ଼, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, କେନ୍ଦୁଝର, ମୟୁରଭଞ୍ଜ,ଓ କନ୍ଧମାଳରେ ମଧ୍ୟମ ଧରଣ କୁହୁଡି ହେବାର ସମ୍ଭାବନା ଅଛି ।
ଏଥିସହ ୨୯ରୁ ୩୦ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଧା, ନୟାଗଡ଼, ପୁରୀ, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁବର୍ଣ୍ଣପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ବି ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣ କୁହୁଡି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହି କୁହୁଡି ସମୟରେ ଜନସାଧାରଣଙ୍କୁ ଯାତାୟାତ ନେଇ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।