ବାସ୍ତବଟିଭି :ସୁନ୍ଦରଗଡ଼ ଜିଲ୍ଲା ଥାନା ରୁନଗାଁ ବଡ଼ପଡାଠାରେ କୁକୁଡ଼ା ମାଂସ ପାଇଁ ବାପ ଓ ପୁଅ ମଧ୍ୟରେ ପାଟିଗୋଳରୁ ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି |ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ଘଟିଛି ।ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି l
ଖବର ଅନୁଯାଇ ନୂଆବର୍ଷ ପାଇଁ ଗତକାଲି କର୍ମୁ ମିର୍ଗୀ ଓ ତାଙ୍କ ପୁଅ ମୃତ ଶ୍ୟାମସୁନ୍ଦର ମିର୍ଗୀଙ୍କ ମଧ୍ୟରେ କୁକୁଡ଼ା ମାଂସ କୁ ନେଇ ଝଗଡ଼ା ହୋଇଥିଲା l ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା ବେଳେ ବାପା ହଠାତ ପାଖରେ ଥିବା ଟାଙ୍ଗିଆରେ ପୁଅ ମୁଣ୍ଡରେ ଚୋଟ ମାରିଥିଲେ l ଏଥିରେ ଶ୍ୟାମ ସୁନ୍ଦର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କୁ ଗିରଫ କରିଥିଲେ |



