ବାସ୍ତବବ୍ୟୁରୋ :ଜୋ ବିଡେନ ଜାନୁଆରୀ ୨୦ ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜୋ ବିଡେନ ବର୍ତ୍ତମାନ କ୍ଷମତା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏକ ନୂତନ କ୍ୟାବିନେଟ ଗଠନ ହୋଇଥିବା ସେ ଘୋଷଣା କରିଛନ୍ତି।
ଜୋ ବିଡେନ କହିଛନ୍ତି, “ମୁଁ ବହୁତ ଖୁସି ଯେ ଆମେ ଆମର କ୍ୟାବିନେଟ ଗଠନ କରିଛୁ। ଏହି କ୍ୟାବିନେଟରେ ଉଭୟ ମହିଳା ଏବଂ ପୁରୁଷ ଅନ୍ତର୍ଭୁକ୍ତ।” ସେ କହିଛନ୍ତି, “ଏହା ପ୍ରଥମ କ୍ୟାବିନେଟ ହେବ ଯେଉଁଥିରେ ଉଭୟ ମହିଳା ଏବଂ ପୁରୁଷ ସମାନ ଅଂଶଗ୍ରହଣ କରିବେ। ଏହି କ୍ୟାବିନେଟରେ ପ୍ରତ୍ୟେକ ଜାତିର ଲୋକ ସାମିଲ ହେବେ।” ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଶପଥ ଗ୍ରହଣ ସମାରୋହରେ ଯୋଗ ନ ଦେବା ତାଙ୍କ ପାଇଁ ଭଲ କଥା। ମୁଁ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି।”
ଅନ୍ୟପକ୍ଷରେ ଆମେରିକାର କ୍ୟାପିଟାଲ ହିଂସା ମାମଲା ଅଧିକ ହେବାରେ ଲାଗିଛି। ଗୃହ ବାଚସ୍ପତି ନାନସୀ ପେଲୋସି ମଧ୍ୟ ଏହି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ନାନସୀ ପେଲୋସି ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ ଟ୍ରମ୍ପଙ୍କ କ୍ୟାବିନେଟକୁ ଯଥାଶୀଘ୍ର ଧାରା ୨୫ ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ପେଲୋସି ଚେତାବନୀ ଦେଇଛନ୍ତି ଯେ ଯଦି ଟ୍ରମ୍ପଙ୍କୁ ଯଥାଶୀଘ୍ର ପଦରୁ ହଟାଇ ଦିଆଯାଏ ନାହିଁ, ତେବେ ସେ ଗୃହରେ ମହାଭିଯୋଗ ପ୍ରସ୍ତାବ ଆଣି ଟ୍ରମ୍ପଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିବେ।
ଜାନୁଆରୀ ୨୦ ରେ ବିଡେନ ଶପଥ ଗ୍ରହଣ କରିବେ|
ରିପବ୍ଲିକାନ୍ ପାର୍ଟିର ସଦସ୍ୟଙ୍କ ଚାପର ସମ୍ମୁଖୀନ ହୋଇ ଟ୍ରମ୍ପ ମହାଭିଯୋଗ ରେ ଆଶଙ୍କା ମଧ୍ୟରେ ନିର୍ବାଚନ ଫଳାଫଳକୁ ଗ୍ରହଣ କରିଥିଲେ, ଏବଂ ବିଡେନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ବିଡେନ ୨୦ ଜାନୁଆରୀରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହିଂସା ଏବଂ ଅରାଜକତା ମଧ୍ୟରେ ଆମେରିକା ସଂସଦ ମିଳିତ ଅଧିବେଶନରେ ବିଡେନ ଏବଂ ହାରିସଙ୍କ ନିର୍ବାଚନକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଏଥିସହିତ ନିର୍ବାଚନ ମଣ୍ଡଳ ଭୋଟ୍ ମଧ୍ୟ ଅନୁମୋଦନ ହୋଇସାରିଛି |



