କୋଏଲ ନଦୀରେ ପୁଣି ଆଜି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଘଟଣ …

ବାସ୍ତବବ୍ୟୁରୋ :(ରାଉରକେଲା) ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତଗର୍ତ କୋଏଲ ନଦୀରେ ପୁଣି ଆଜି ଏକ ଅଭାବନୀୟ ଘଟଣା ଘଟିଛି। ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାଇ ରାଉରକେଲା ଟିମ୍ବର କଲୋନିରୁ ଆଜି ସକାଳୁ ୯ ଜଣ ସାଙ୍ଗ କୋଏଲ ନଦୀର ‌ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ। ଅପରାହ୍ନ ସାଢ଼େ ୨ଟାରେ ଭୋଜି ଖାଇଥିଲେ। ପରେ ପରେ ସେମାନେ ସମସ୍ତେ ଗାଧୋଇବାକୁ ନଦୀରେ ପଶିଥିଲେ। ଗାଧୋଇବା ସମୟରେ ୨ ଜଣ ନିଖୋଜ ହୋଇଯାଇଥିଲେ। ବିକି ଶର୍ମା (୧୭) ଓ ଦୀପକ ଖଣ୍ଡୁଆଳ (୨୨) ପାଣିରେ ବୁଡ଼ି ଯାଇଥିଲେ। ୯ ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ। ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଅଧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ବିକିର ମୃତଦେହ ଉଦ୍ଧାର କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣ ମଧ୍ୟ ନକଲି ଗୁଡ଼ ଖାଉନାହାଁନ୍ତି ତ ?

Mon Jan 11 , 2021
ବାସ୍ତବବ୍ୟୁରୋ:ଆପଣ ମଧ୍ୟ ନକଲି ଗୁଡ଼ ଖାଉନାହାଁନ୍ତି ତ…ଶୀତ ଆସିବା ମାତ୍ରେ ଆମେ ଏପରି ଖାଦ୍ୟ କିମ୍ବା ଜିନିଷ ଖାଇଥାଉ ଯାହା ଆମ ଶରୀରକୁ ଉଷ୍ମତା ଦେଇପାରେ, କାରଣ ଏହି ଥଣ୍ଡା କୁ ଏଡାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ | ଆମେ କେତେ ଗରମ ପୋଷାକ ପିନ୍ଧୁନା କାହିଁକି, କିନ୍ତୁ ଯଦି ଆମେ କିଛି ଗରମ ଜିନିଷ ନ ଖାଇଥାଉ, ଥଣ୍ଡା ବନ୍ଦ ହୁଏ ନାହିଁ କିମ୍ବା କମିଯାଏ […]

You May Like

Pin It on Pinterest