ବାସ୍ତବବ୍ୟୁରୋ:କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ପାଳନ କରି ବ୍ରହ୍ମପୁର ମହାନଗର ତିନିଟି ସିନେମା ହଲ୍ ଶକ୍ତି, ପାୟଲ, ରୁକ୍ମିଣୀ କୁ ଖୋଲିବା ପାଇଁ, ବ୍ରହ୍ମପୁର ମହାନଗରନିଗମ କମିସନର୍ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅନୁମତି ଦେଇଥିବା ସୂଚନା ମିଳିଛି। ଏହି ତିନିଟି ସିନେମା ହଲ୍ ୧୪ତାରିଖରୁ ଖୋଲିବ। ତେବେ କୋଭିଡ୍ ନିୟମ ଅବମାନନା ହେଉଥିବା ନେଇ ଅଭିଯୋଗ ଆସିଲେ ସମ୍ପୃକ୍ତ ସିନେମାହଲ୍ ଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନର୍ ମାଲିକାମାନଙ୍କୁ ସତର୍କ କରାଇ ଅଛନ୍ତି ।
ପୋଙ୍ଗଲକୁ ଦୃଷ୍ଟିରେ ରଖି ଏହି ତିନି ହଲ୍ରେ ତିଟିଟି ପୃଥକ୍ ତେଲୁଗୁ ଭାଷୀ ସିନେମା ପ୍ରଦର୍ଶିତ ହେବ। ଶକ୍ତିରେ ‘ରେଡ଼’, ପାୟଲ୍ରେ ‘ମାଷ୍ଟର୍ ’(ମୂଳ ତାଲିମ୍ ସିନେମାର ତେଲୁଗୁ ରିମେକ୍) ଏବଂ ରୁକ୍ମିଣୀରେ ‘କ୍ରାକ୍ ’ ପ୍ରଦର୍ଶିତ ହେବ। ଏଥିପାଇଁ ଆଜି ରାତିରୁ ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଛି। ‘ଡବ୍ଲୁଡବ୍ଲୁଡବ୍ଲୁ.ବୁକିଂ ମାଇଁ ସୋ’ ୱେବ୍ସାଇଟ୍ରେ ଟିକେଟ୍ ଉପଲବ୍ଧ ହେବାନେଇ ଖବର ମିଳିଛି |



