ଆଜି ଖାସ୍ ଖବର …

ବାସ୍ଫୁତବବ୍ୟୁରୋ:ଲବାଣୀ ୫.୮ ଡିଗ୍ରି ସହ ପୁଣି ଥରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଆଜି ରାଜ୍ୟର ୬ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି।

ସ୍କୁଲ ଖୋଲିବା ପରେ ବଢୁଛି କରୋନା ଭୟ ଏବେସୁଦ୍ଧା ୫୦ ଛାତ୍ରଛାତ୍ରୀ ଓ ଶିକ୍ଷକ ପଜିଟିଭ୍

ଚିଲିକାରେ ଆଜି ଠୁ ଆରମ୍ଭ ହେଲା ଡ଼ଲଫିନ ଗଣନା ।  ବନବିଭାଗ ଏବଂ ସି ଡି ଏ ଦ୍ୱାରା ଗଣନା ଆରମ୍ଭ ହୋଇଛି।  

ଆଜି (ରବିବାର) ଓଡିଶାରେ କାହାକୁ କରୋନା ଟିକା ଦିଆଯିବ ନାହିଁ |
ପ୍ରଥମ ଦିନ ଟୀକାକରଣ ପରେ ଓଡିଶା ସରକାର କହିଛନ୍ତି ଯେ ରବିବାର ଦିନ ରାଜ୍ୟରେ କାହାକୁ ଟିକା ଦିଆଯିବ ନାହିଁ। ସରକାର କହିଛନ୍ତି ଯେ ସେମାନେ ଟିକା ନେଉଥିବା ଲୋକଙ୍କ ଅବସ୍ଥା ଉପରେ ନଜର ରଖିବେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏହି ସୂଚନା ଦେଇଛନ୍ତି।

କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଆକ୍ରା‌ନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ରୋଷେୟା ଓ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ପ୍ରଥମ ଦିନର ଟିକାକରଣରେ ଭୁବନେଶ୍ବର ଏମ୍‌ସର ଡାକ୍ତର ଅକର୍ମଚାରୀ ସାମିଲ ହୋଇଥିଲେ । ନିର୍ଦେଶିକା ଡା.ଗୀତାଞ୍ଜଳି ବି. ପ୍ରଥମେ ନିଜେ କରୋନା ଟିକା ନେଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ୧୦୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଅପରାହ୍‌ଣ ୫ଟା ସୁଦ୍ଧା ସମସ୍ତଙ୍କୁ ଟିକା ଦିଆଯାଇଥିଲା। ଏଥିରେ ୪୪ ଡାକ୍ତର, ୨୯ ନର୍ସିଂ କର୍ମଚାରୀ, ୧୪ ସୁରକ୍ଷା କର୍ମୀ, ୧୩ ହାଉସକିପିଂ କର୍ମଚାରୀ ଓ ପରିଚାଳନା କର୍ମଚାରୀ ଙ୍କୁ ଟୀକା ଦିଆଯାଇଥିଲା ।

କ୍ୟାପିଟାଲ ହସ୍ପିଟାଲର ୧୫ଶହ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ପାଇଁ ସ୍ଥିର କରାଯାଇଛି,ଏଥିରେ ଡାକ୍ତର, ଷ୍ଟାଫ୍‌ନର୍ସ, ସଫେଇ କର୍ମଚାରୀ, ଆଟେଣ୍ଡାଣ୍ଟ, ଏଲଟି ଓ ଅନ୍ୟମାନେ ରହିଥିବା ଜଣାପଡ଼ିଛି। ହସ୍ପିଟାଲରେ ୧୫୬ଜଣଙ୍କୁ ପ୍ରଥମ ଦିନରେ ଟିକା ଦିଆଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

ରାମମନ୍ଦୀର ନିର୍ମାଣ ପାଇଁ ସବୁଠାରୁ ବଡ ଦାନ – ୧ କୋଟି ୧୧ ଲକ୍ଷ ଟଙ୍କା ରାଇବରେଲିର ସୁରେନ୍ଦ୍ର ସିଂ ଦାନ କରିବେ |

ଷ୍ଟାଚ୍ୟୁ ଅଫ ୟୁନିଟିକୁ ଯୋଡ଼ିବ ୮ଟି ଟ୍ରେନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ ୟୁନିଟିକୁ ସଂଯୋଗ କରୁଥିବା ୮ଟି ଟ୍ରେନକୁ ଶୁଭାରମ୍ଭ କରିବେ

ଶନିବାର ଦିନ କରୋନା ଟୀକାକରଣର ପ୍ରଥମ ଦିନରେ ଦେଶରେ ପ୍ରାୟ ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଟୀକାକରଣ ପରେ, ଏହି ସମସ୍ତ କର୍ମଚାରୀଙ୍କ ପଞ୍ଜୀକୃତ ଫୋନରେ କୋଭିନ ୱେବସାଇଟ୍ ମାଧ୍ୟମରେ ଏକ ବାର୍ତ୍ତା ଗ୍ରହଣ କରାଯିବ, ଯାହା ପରବର୍ତ୍ତୀ ଡୋଜର ସମୟ ଏବଂ ସ୍ଥାନ ଦର୍ଶାଇବ |

ଗଣତନ୍ତ୍ର ଦିବସ ପରେଡ ପାଇଁ ଆଜିଠାରୁ ରିହର୍ସଲ ଆରମ୍ଭ ହେଉଛି । ଏନେଇ ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ପରାମର୍ଶମୂଳକ ସୂଚନା ଜାରି କରିଛି । 

ବାର୍ଡ଼ ଫ୍ଲୁ ଦିଲ୍ଲୀ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛି,ଗୋଟିଏ ପେଚା ର ମୃତ୍ୟୁ ପରେ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ନିତ କରାଯାଇଛି |
ଦିଲ୍ଲୀର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ନିଶ୍ଚିତ ହୋଇଛି। ପ୍ରାଣୀ ଉଦ୍ୟାନରେ ମୃତ ପେଚା ମାନଙ୍କୁ ବାର୍ଡ଼ ଫ୍ଲୁ ପରୀକ୍ଷା ପାଇଁ ପଠାଯାଇଥିଲା। ତାଙ୍କର ନମୁନା ସକରାତ୍ମକ ବୋଲି ଜଣାପଡିଛି |

ନରଓ୍ୱେରେ କରୋନା ଭାକସିନ୍ ଫାଇଜର ଚିକା ନେବା ପରେ ୨୩ଜଣ ପ୍ରାଣ ହରାଇଲେଣି । 

ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ପ୍ରବାସୀଙ୍କ ମଧ୍ୟରୁ ଭାରତୀୟମାନେ ହେଉଛନ୍ତି ସର୍ବାଧିକ : ଜାତିସଂଘର ଜନସଂଖ୍ୟା ବିଭାଗ ନିର୍ଦ୍ଦେଶକ ଜନ୍‌ ଵିଲମଥ୍‌। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜେଇ ମେନ୍ ୨୦୨୧ ପରୀକ୍ଷା ପାଇଁ ୨୩ ଜାନୁଆରୀ ସୁଦ୍ଧା ଆବେଦନ କରିବାର ସୁଯୋଗ...

Sun Jan 17 , 2021
ବାସ୍ତବବ୍ୟୁରୋ:ବାସ୍ତବବ୍ୟୁରୋ:ଜେଇ ମେନ୍ ୨୦୨୧ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନେ ଧ୍ୟାନ ଦିଅନ୍ତୁ | ଯଦି ଆପଣ ଜେଇ (JEE) ମେନ୍ ୨୦୨୧ ର ଆବେଦନ ଫର୍ମ ପୂରଣ କରିନାହାଁନ୍ତି ତେବେ ନିରାଶ ହେବାର ନାହିଁ | ବର୍ତ୍ତମାନ ୨୩ ଜାନୁଆରୀ ସୁଦ୍ଧା ଆବେଦନ କରିବାର ସୁଯୋଗ ପାଇଛନ୍ତି | ଏପରି ପରିସ୍ଥିତିରେ, ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାଁନ୍ତି, ସେମାନେ ସରକାରୀ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଆବେଦନ ଫର୍ମ […]

You May Like

Pin It on Pinterest