ଦୁଇ ଦିନ ପରେ ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହେବ,ବଢିବ ଶୀତ

ବାସ୍ତବବ୍ୟୁରୋ:ଦୁଇ ଦିନ ପରେ ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହେବାଫଳରେ ପୁଣି ଶୀତ ଫେରିବା ସହ ବଢିବ ଶୀତ |ଆଜିଠାରୁ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବବୋଲି,ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ।

ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ୨୦ ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ‌ଓ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ରାଜ୍ୟକୁ ପୂର୍ବା କୋଲୁଆ ପବନ ପ୍ରବାହ ବୃଦ୍ଧି ପାଇବାର ଥିବାରୁ ରାଜ୍ୟର ତାପମାତ୍ରା ବଢ଼ିବ ଓ ଶୀତ କମିବ।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ରାଜ୍ୟର କିଛି କିଛି ଅଞ୍ଚଳରେ ଦେଖାଯାଇଥିବା, ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲା ଓ ଉତ୍ତର ଓଡ଼ିଶାର ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଥିଲା। ରାଜ୍ୟର କିଛି ଅଞ୍ଚଳର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ବୃଦ୍ଧି ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ...

Tue Jan 19 , 2021
ବାସ୍ତବବ୍ୟୁରୋ:ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ।ଗତ କାଲି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପଦ୍ମନୀ ଦିଆନ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ।ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ଏହା ପଞ୍ଚଦଶ ‘‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ | ବୁଣାକାର ଓ ହସ୍ତଶିଳ୍ପ […]

You May Like

Pin It on Pinterest