ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ…

ବାସ୍ତବବ୍ୟୁରୋ:ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ।ଗତ କାଲି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପଦ୍ମନୀ ଦିଆନ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ।ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ଏହା ପଞ୍ଚଦଶ ‘‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ | ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଆବଶ୍ୟକ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାରଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଆଭିମୁଖ୍ୟ |

ଏହି ମେଳାରେ କରୋନା ସତର୍କତାକୁ ନେଇ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତସଂଖ୍ୟକ ସୁରକ୍ଷାକର୍ମୀ ବିଭିନ୍ନ ବ୍ଲକରେ ନିୟୋଜିତ କରାଯିବେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଥର୍ମାଲ୍ ସ୍କ୍ରିନିଂ କରାଯିବ। ନିୟମିତ ବ୍ୟବଧାନରେ ମେଳା ପରିସର ପରିମଳ ପାଇଁ ଉପଯୁକ୍ତ ଯତ୍ନ ନିଆଯିବା ସହ, ମେଳା ପରିସରରେ ଅଧକାରୀ, ପ୍ରଦର୍ଶକ, ଓ ପରିଦର୍ଶକଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ବୟସ୍କ ତଥା ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ୍ ଚେୟାର ସହିତ ଏକ ସ୍ୱତନ୍ତ୍ର ହେଲ୍ପ୍ ଡେସ୍କ ଓ ପାର୍କିଂ ବ୍ୟବସ୍ଥା କରାଯିବ । ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପରିଦର୍ଶକଙ୍କୁ ସହାୟତା ଯୋଗାଇବାର ବ୍ୟବସ୍ଥା ରହିବ। ମେଳାରେ ୨୫୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ। ମେଳା ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର

Tue Jan 19 , 2021
ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ ।ସହିଦନଗର – ସତସଙ୍ଗ ବିହାର ମଧ୍ୟରେ ନିର୍ମାଣ ହେବ ଏହି ଫୁଟ ଓଭର ବ୍ରିଜ୍ । ଆଜି ରାଜ୍ୟକୁ ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟୀକା । ଆଉ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟୀକା ଆଜି ଭୁବନେଶ୍ୱର ଆସିବ । ଆଜି ବଲାଙ୍ଗୀରରେ ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳିତ ହେବ । ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବ। ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ […]

You May Like

Pin It on Pinterest