ଆଜି ଖାସ୍ ଖବର

ଆଜିଠୁ ପୁଣି କେନ୍ଦ୍ରାପଡାର ବିଶ୍ୱପ୍ରସିଦ୍ଧ ଭିତରକନିକା ଓ ଗହୀରମଥାରେ ହେବ ଡଲଫିନ୍ ଗଣନା ।

ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳା ଫେବୃଆରୀ ୧୮ ରୁ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ଏବେଠାରୁ ଯୋରସୋରରେ ପ୍ରସ୍ତୁତି ଚାଲିଛି ।

ରାଜ୍ୟକୁ ପୁଣି ଶୀତ ଫେରୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବ। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। 

ଆଜିଠୁ (ଶୁକ୍ରବାର) ଆରମ୍ଭ ହେବ ବଜେଟ୍ ଅଧିବେଶନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ୍‌ ଆଗତ କରିବେ ।

ଆଜି (ଶୁକ୍ରବାର) ସକାଳ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେବା ସହିତ ଅର୍ଥନୀତି ସର୍ଭେ ଉପସ୍ଥାପନ ହେବ । 

ଆଜି ଲୋକସଭା ବାଚସ୍ପତି ସର୍ବଦଳୀୟ ବୈଠକର ଆୟୋଜନ କରିବେ । ସେହିପରି ଆଗାମୀ ଜାନୁଆରୀ ୩୦ (ଶନିବାର) ସରକାର ସର୍ବଦଳୀୟ ବୈଠକ ଆୟୋଜନ କରିବେ । 

ସମାଜସେବୀ ଆନ୍ନା ହାଜାରେ ୨୦୧୮ରୁ ସ୍ୱାମୀନାଥନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ସରକାର ତାଙ୍କର କୌଣସି କଥାକୁ ଗୁରୁତ୍ୱ ଦେଉନାହାଁନ୍ତି । ସରକାରଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ସେ ଜାନୁଆରୀ ୩୦ରୁ ଆମରଣ ଅନଶନ କରିବେ ।

 ପାକିସ୍ତାନର ଶୀର୍ଷସ୍ତରର ପଳାତକ ଆତଙ୍କବାଦୀ କମାଣ୍ଡର ମଂଗଲ ବାଗ ଦକ୍ଷିଣ ଆଫଗାନିସ୍ତାନର ସଡ଼କପାଶ୍ୱର୍ରେ ବୋମା ବିସ୍ଫୋରଣରେ ନିହତ ହୋଇଛି । ଏହି ଆତଙ୍କବାଦୀ ଉପରେ ୩୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ରଖାଯାଇଥିଲା ।

 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର

Sat Jan 30 , 2021
 ସରକାରୀ ମେଡିକାଲ କଲେଜ ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବଢ଼ିଲା । ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।   ଆଜି କଟକରେ ଭେଜାଲ ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନାଟି କଟକର ସିଡିଏ ସେକ୍ଟର-୯ରେ ଠାବ କରିଛି ପୋଲିସ । […]

You May Like

Pin It on Pinterest