ସରକାରୀ ମେଡିକାଲ କଲେଜ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବଢ଼ିଲା । ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଆଜି କଟକରେ ଭେଜାଲ ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନାଟି କଟକର ସିଡିଏ ସେକ୍ଟର-୯ରେ ଠାବ କରିଛି ପୋଲିସ ।
ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବାକୁ ଯାଉଛି ।ଏହାଛଡ଼ା ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । ପ୍ରତ୍ୟକ ସୋମବାର ଏହା ବନ୍ଦ ରହିବ ତେଣୁ ସାମାଜିକ ଦୂରତା କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସୀମା ବିବାଦ ଲାଗିରହିଥିବା ବେଳେ ବାଲିମାଫିଆଙ୍କୁ ରୋକିବା ପାଇଁ ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସ୍କାର ସାଟେଲାଇଟ୍ ପକ୍ଷରୁ ୧୦ଜଣିଆ ବୈଜ୍ଞାନିକ ଦଳ ଡିଜିପି ଓ ଇଟିଏସ୍ ହାଇଟେକ୍ ସାଟେଲାଇଟ୍ ସର୍ଭେ କରିଛନ୍ତି ।
ରାଜ୍ୟରେ ଆସନ୍ତା ୩ ଦିନ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେଇପାରେ । ଶନିବାର ସକାଳେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଘନ କୁହୁଡି ଦେଖାଦେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଫେବୃଆରି ୧୫ ତାରିଖରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ । SOP ପାଳନ ସହିତ ହାଇକୋର୍ଟ ସମେତ ଅନ୍ୟ କୋର୍ଟ ଓ ଟ୍ରିବ୍ୟୁନାଲରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ବଜେଟ ଅଧିବେଶନ ଲାଗି ସରକାରଙ୍କ ବିଧାୟୀ ଏଜେଣ୍ଡା ଉପସ୍ଥାପନକୁ ନେଇ ଆଜି(ଶନିବାର) ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ।
ଆଜି ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବେ । ଏହାକୁ କୃଷକମାନେ ସଦଭାବନା ଦିବସ ଭାବେ ପାଳନ କରିବେ ।
କରୋନାରେ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୨୫ ଲକ୍ଷ ୭୭ ହଜାର ୫୨୧ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୧୪ ହଜାର ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୭ କୋଟି ୪୨ ଲକ୍ଷ ୭୬ ହଜାର ୯୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୬୦ ଲକ୍ଷ ୮୬ ହଜାର ୫୯୯ ଜଣ ଲୋକ ସକ୍ରିୟ ଅଛନ୍ତି ।