ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୯ମ ଓ ଏକାଦଶ,ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆଜିଠାରୁ

ବାସ୍ତବବ୍ୟୁରୋ:ଆଜିଠାରୁ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ।ଏପ୍ରିଲ ୩୦ ପର୍ଯ୍ୟନ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଜାରି ରହିବ। ପ୍ରତିଦିନ ୩ଟି ପରିଅଡ୍ ରେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛିକି ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତନ କରାଯାଇପାରିବ |

Photo: social media

ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିବ। ଏହି ସମୟ ମଧ୍ୟରେ ୭ଟି ପରିୟଡ୍‌ କ୍ଲାସ୍‌ ହେବ । ଅପରାହ୍‌ଣ ୧ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଛୁଟି ରହିବ । ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ। ସିଫ୍ଟ ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ରିପୋର୍ଟିଂ କରିବେ। ପିରିୟଡ୍‌ଗୁଡ଼ିକର ଆଲଟ୍‌ମେଣ୍ଟ ଏମିତି ହେବ, ଯେମିତି ପ୍ରଥମ ସିଫ୍ଟରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଲାସ୍‌ ଅପରାହ୍‌ଣ ସାଢ଼େ ୧ଟା ସୁଦ୍ଧା ସରିବ। ଦ୍ବିତୀୟ ସିଫ୍ଟର ଶିକ୍ଷକ/ଶିକ୍ଷୟିତ୍ରୀ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ଏବଂ ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା କରାଯିବ । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା‌ କରାଯିବ। ଗଣଶିକ୍ଷା ବିଭାଗ ପକ୍ଷରୁ ଜାନୁଆରି ୩ରେଜାରି ହୋଇଥିବା ବିଜ୍ଞପ୍ତି ଆଧାରରେ, ସ୍କୁଲ ମାନଙ୍କରେ ଥିବା ହଷ୍ଟେଲ ଖୋଲାଯାଇ,ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଅଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍ତରପ୍ରଦେଶରେ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ହାଇ ଆଲର୍ଟ...

Mon Feb 8 , 2021
ଉତ୍ତରପ୍ରଦେଶରେ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ହାଇ ଆଲର୍ଟ, ଗଙ୍ଗା କୂଳରେ ସଚେତନତା ବୃଦ୍ଧି ପାଇଛି | ବାସ୍ତବବ୍ୟୁରୋ:ରୋଣୀ ଗ୍ରାମଠାରୁ ଏକ ହଜାର କିଲୋମିଟର ଦୂରରେ ଥିବା ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ଚାମୋଲି ଜିଲ୍ଲାର ରୋଣୀ ଗ୍ରାମରେ ଏକ ଗ୍ଲାସର ଭୁଶୁଡ଼ି ପଡ଼ିବା ପରେ ଆହ୍ଲାବାଦକୁ ସତର୍କ କରାଯାଇଛି। ଗଙ୍ଗାର କୂଳରେ ଥିବା ଅଧିକାଂଶ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁସାରେ, ଉତ୍ତରାଖଣ୍ଡରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଘଟିଥିବା ଦୁଖଦଃ […]

You May Like

Pin It on Pinterest