ବାସ୍ତବବ୍ୟୁରୋ:ଫ୍ରେବୁୟାରୀ ୧୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମା ,ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି।ପୂର୍ବରୁ ଶେଷ ତାରିଖ ଫ୍ରେବୁୟାରୀ ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା।
ଏହି ସମୟସୀମା ଭିତରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ପାରି ନଥିବାର ଅଭିଯୋଗ ହେବାପରେ, ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ସୂଚନାନୁଯାୟୀ,ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଫର୍ମ ୧୨ ତାରିଖ ମଧ୍ୟରାତ୍ରୀ ଭିତରେ ଦାଖଲ କରି ପାରିବେ |



