
ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହିଞ୍ଜିଳିକାଟୁର ୧୪ଟି ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ,
ବାସ୍ତବବ୍ୟୁରୋ:ଆଜି (ଗୁରୁବାର) ୧୪ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର, ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦ୍ଘାଟନୀ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରାୟ ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ୧୨ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି,ପୌର ପରିଷଦ ଅତିଥି ଭବନ,ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ଶୀତଳ ଭଣ୍ଡାର ସହ ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସ ପ୍ରଭୁତି ପ୍ରକଳ୍ପର ଉଦ୍ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ କରିଛନ୍ତି।



