ଆଜିର ଖାସ୍ ଖବର

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ । ଆଜି ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଟିତ ହେଉଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ବି ଭକ୍ତଙ୍କ ଭିଡ ଯମିବା ଆରମ୍ଭ ହୋଇଛି ।

ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି।

ଆଜି କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚନ ଆରମ୍ଭ ହୋଇଛି । ଆଜି ସକାଳ ୭ ଟାରୁ ମତ ଦାନ ମଧ୍ୟ ଆରମ୍ଭ ହୋଇଛି । 

ମୁମ୍ବାଇର ଲୋକୋଲ ଟ୍ରେନ ବଢାଊଛି ବିଏମ୍‌ସିର ଚିନ୍ତା । ଫେବ୍ରୁଆରୀ ୧ ତାରିଖରେ ଲୋକୋଲ ଟ୍ରେନ ଚଳାଚଳ କରିବା ଦ୍ୱାରା ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି ଯାହା ଫଳରେ ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଊଛି ।

୨୮ ଦିନ ପୂର୍ବେ ଭାରତ ଆରମ୍ଭ କରିଥିବା କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ‘ପ୍ରଥମ ଡୋଜ୍‌’ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆଜି ‘ଦ୍ୱିତୀୟ ଡୋଜ୍‌’ ଦିଆଯିବ।

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ୮ଟି ରାଜ୍ୟରେ ଶୁକ୍ରବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ରାତି ୧୦ଟା ୩୪ମିନିଟରେ ଏହି ଭୂକମ୍ପ ଏକକାଳୀନ ୪ଟି ଦେଶରେ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସୀସ୍ମୋଲୋଜୀ (ଏନସିଏସ୍‌) ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଅମୃତସର ଥିଲା, ଯେଉଁଠାରେ କି ଏହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ଥିଲା । ଦିଲ୍ଲୀରେ ରିକ୍ଟର ସ୍କେଲରେ ତୀବ୍ରତା ୪.୨ ମପାଯାଇଥିଲା । ଭୂକମ୍ପର ଝଟକା ଏତିକି ତୀବ୍ର ଥିଲା ଯେ, ଭାରତର ହରିୟାଣା, ରାଜସ୍ଥାନ, ଜମ୍ମୁ କଶ୍ମୀର, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଂଜାବ ଥରିଥିଲା ।

 ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଲାଗି ଚାନ୍ଦା ସଂଗ୍ରହ ପାଇଁ ଗତମାସ ଆରମ୍ଭ ହୋଇଥିବା ଅଭିଯାନ ଏବେବି ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କାରୁ ଅଧିକ ରାଶି ଏକାଠି ହୋଇସାରିଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୮୭ ଲକ୍ଷ ୨ ହଜାର ୩୬୯ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୯୨ ହଜାର ୨୯୧ ଜଣ ଲୋକଙ୍କର ହୋଇଛି ହୋଇଛି । ୮ କୋଟି ୮ ଲକ୍ଷ ୪୯ ହଜାର ୬୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୬୦ ହଜାର ୪୨୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନାରେ ମା’ର କ୍ଷୀର ରଙ୍ଗ ସବୁଜ ହୋଇଗଲା, ନବଜାତ ଝିଅ ମଧ୍ୟ ସଂକ୍ରମିତ, ଆଶ୍ଚର୍ଯ୍ୟ ହେଲେ ଡାକ୍ତର |

Sat Feb 13 , 2021
କରୋନାରେ ମା’ର କ୍ଷୀର ରଙ୍ଗ ସବୁଜ ହୋଇଯାଏ, ନବଜାତ ଝିଅ ମଧ୍ୟ ସଂକ୍ରମିତ , ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ | ବାସ୍ତବବ୍ୟୁରୋ:ମହିଳା ଦାବି କରିଛନ୍ତି ଯେ କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କ କ୍ଷୀର ରଙ୍ଗ ବଦଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ମହିଳାଙ୍କ ଦାବି ପରେ ବୈଜ୍ଞାନିକ ଏବଂ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୩ ବର୍ଷୀୟ ଏନା […]

You May Like

Pin It on Pinterest