ଆଜିର ପାଣିପାଗ – ୧୪ଟି ଜିଲ୍ଲାରେ ହୋଇପାରେବଜ୍ରପାତ ।

ବାସ୍ତବବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ,ରାଜ୍ୟର ୧୪ଟି ଜିଲ୍ଲାରେ ବଜ୍ରପାତ ହୋଇପାରେ। ବିଶେଷକରି ପଶ୍ଚିମ, କେନ୍ଦ୍ରୀୟ ଓ ପଶ୍ଚିମ-ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତିର ସମ୍ଭାବନା ଅଧିକ | କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ |ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଅଛି ।

ଏଥିସହ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତନ ହେବନାହିଁ ।କଳାହାଣ୍ତି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ପ୍ରଭୁତି ଅଭ୍ୟନ୍ତରୀଣ ଓଡ଼ିଶା, ବାଲେଶ୍ବର ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଅଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

Fri Feb 19 , 2021
ଆଜି ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ… ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଫେବୃଆରୀ ୧୯ରେ) ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମରେ ଯୋଗଦେବେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁରୁବାର ଏହି ସୂଚନା ଦେଇଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଧାନମନ୍ତ୍ରୀ। ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଯୋଗଦେବେ ବୋଲି […]

You May Like

Pin It on Pinterest