ଆଜିର ଖାସ୍ ଖବର

୧-ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିବ ଡ୍ରୋନ୍‌: ରବିନ୍ଦ୍ର ମଣ୍ଡପ ଠାରୁ ବିମାନ ବନ୍ଦର ଯାଏଁ ହେଲା ‘ନୋ ଓଭର୍‌ ଟେକିଂ ଜୋନ୍‌’।

୨-ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ୭୫ ମିଟର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରକ୍ରିୟା।ପ୍ରାଥମିକ ଅବସ୍ଥାରେ ଶ୍ରୀମନ୍ଦିର ଚାରିପାଖରେ ଥିବା ଏମାର ମାଠ, ଲଙ୍ଗୁଳି ମଠ, ଉତ୍ତରପାଶ୍ୱ ମଠ, ପଞ୍ଜାବୀ ମଠ ଗୁଡ଼ିକ ଉଚ୍ଛେଦ ହେବାର ସମ୍ଭାବନା ରହିଛି ।

୩-କିଟ୍ ବିଶ୍ୱବିଦ୍ୟାଳୟରେ ଖୋଲିବ ମର୍ସିଡିଜ୍‌ ବେଞ୍ଜର ଲର୍ଣିଂ ଓ ରିସର୍ଚ ସେଣ୍ଟର, ମାର୍ଚ୍ଚରେ ହୋଇଥିଲା ବୁଝାମଣାପତ୍ର ସ୍ୱାକ୍ଷର। ଆଜି ପୂର୍ବାହ୍ନରେ ମର୍ସିଡିଜ୍‌ ବେଞ୍ଜର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଟିନ୍‌ ସ୍ୱେଙ୍କ ଏହାକୁ କରିବେ ଉଦଘାଟନ।

୪-ଓଡ଼ିଶା ପିସିସି କମିଟି ଭାଙ୍ଗିଲା, ନିରଞ୍ଜନ ରହିବେ ସଭାପତି।

୫-ଓଡ଼ିଶା ପାଇଁ ୩୧ ହଜାର ଜନଗଣନାକାରୀ,୬୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ଏବଂ ସ୍ବତନ୍ତ୍ର ମୋବାଇଲ ଆପ୍ ହେଲା ଲୋକାର୍ପିତ।

୬-ଉତ୍ତର – ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ୭ଟି ଜିଲ୍ଲାକୁ ୟେଲୋ ଓ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୭-ସୁନା ବଜାରରେ ସୁନାମି,ଭରି ହେଲା ୪୦,୦୦୦ଟଙ୍କା।ରୂପା କିଲୋ ୪୬,୫୫୦ଟଙ୍କା।

୮-ପେଡ଼ି ଖୋଲିଲା ଆରବିଆଇ, କେନ୍ଦ୍ର ସରକାରକୁ ଦେବ ୧.୭୬ ଲକ୍ଷ କୋଟି ଟଙ୍କା।

୯-ସୁପ୍ରିମକୋର୍ଟ ପରେ ଚିଦାମ୍ବରମଙ୍କୁ ସିବିଆଇ କୋର୍ଟରୁ ମଧ୍ୟ ଲାଗିଲା ଝଟକା, ଅଗଷ୍ଟ ୩୦ ପର୍ଯ୍ୟନ୍ତ ବଢିଲା ରିମାଣ୍ଡ ଅବଧି।

୧୦-ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଲା କୋଲକାତାର ରାନୁ ମଣ୍ଡଳଙ୍କ ଗୀତ।

୧୧-BSNLର ନୂତନ ପ୍ଲାନ, ୯୬ ଟଙ୍କାରେ ପ୍ରତି ଦିନ ପାଆନ୍ତୁ ୧୦ ଜିବି ଡାଟା।

୧୨-ସବୁ ଆଡ଼ୁ ନିରାଶ ହେବା ପରେ ବାଉଳା ହେଲେ ଇମ୍ରାନ, ଦେଲେ ପରମାଣୁ ଯୁଦ୍ଧର ଧମକ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଶାନ୍ତ କାଶ୍ମୀର....

Tue Aug 27 , 2019
ଦକ୍ଷିଣ କାଶ୍ମୀରରେ ଆଜି ସ୍ଥାନୀୟ ହିଂସାକାରୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ପଥରରେ ଆକ୍ରମଣ କରିଛନ୍ତି | ଅନନ୍ତନାଗ ଜିଲ୍ଲା ଅଧୀନରେ ଥିବା ବିଜବହାର ଅଞ୍ଚଳରେ ପଥରମାଡ ଯୋଗୁଁ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି | ଜମ୍ମୁ-କାଶ୍ମୀର ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ ସୁରକ୍ଷାକର୍ମୀଙ୍କ ଗାଡି ଭାବି ସ୍ଥାନୀୟ ହିଂସା ସୃଷ୍ଠିକାରୀ ଯୁବକମାନେ ପ୍ରବଳ ମାତ୍ରାରେ ପଥର ମାଡ଼ କରିଥିଲେ|ଟ୍ରକ ଚାଳକ ନୁର ମହମ୍ମଦ ପଥର ମାଡ଼ ହୋଇଥିଲା|ତାଙ୍କୁ […]

You May Like

Pin It on Pinterest