ଆସନ୍ତା କାଲି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ ।
କଳାହାଣ୍ଡି କାର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଆଉ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତମାନ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ହୋଇଛି । ହାତୀ ମାନଙ୍କ ମୃତ୍ୟୁର କାରଣ ହ୍ୟୁମରେଜିକ୍ ସେଫ୍ଟିସେମିଆ ରୋଗ ବୋଲି କୁହାଯାଉଥିବା ବେଳେ ପୁରା ଘଟଣାର ତିନି ଜଣିଆ କେନ୍ଦୀୟ ଟିମ୍ ଅନୁଧ୍ୟାନ କରୁଛନ୍ତି ।
ବଜେଟ୍ ଉପସ୍ଥାପନ ପୂର୍ବରୁ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧ ପ୍ରକାଶ ପାଇଛି । ଯେଉଁଥିରେ ରାଜ୍ୟର ମୁଣ୍ଡପିଛା ଆୟ ହ୍ରାସ ପାଇଛି । ରାଜ୍ୟରେ ୨୦୧୯ – ୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୪ ହଜାର ୫୬୬ ଟଙ୍କା ଥିବା ବେଳେ ୨୦୨୦ – ୨୧ରେ ହ୍ରାସ ପାଇ ୧ ଲକ୍ଷ ୨ ହଜାର ୧୫୬ଟଙ୍କାରେ ପହଞ୍ଚିଛି ।
କରୋନା କଟକଣାର ନିୟମକୁ ମାନୁ ନାହାଁନ୍ତି ସ୍ମାର୍ଟସିଟିର ବାସିନ୍ଦା । ଏହାଦେଖି କମିଶନରେଟ୍ ପୁଲିସ୍ ପୁଣି ଆକ୍ସନ୍ ମୋଡ୍କୁ ଆସିଛି । ଆଜି (ରବିବାର)ଠୁ କରୋନା ନିୟମ ପୁଣି କଡ଼ାକଡ଼ି ହେବ । ପୁଣି ଲୋକଙ୍କୁ ସଚେତନ କରାଇବ ‘ସୋସିଆଲ୍ ଡିଷ୍ଟାନ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍’ । ରବିବାର ଠାରୁ ପୁଣି ଏହି ସ୍କ୍ୱାଡ୍ ଗଳି କନ୍ଦି ବୁଲିବ । ଏହା ସହ ନିୟମ ଖିଲାପକାରୀଙ୍କ ଉପରେ ଆକ୍ସନ ବି ନେବ ପୋଲିସ ।
ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହଠାତ୍ ହୀମସ୍କଳନ ଯୋଗୁଁ ଶହ ଶହ ଲୋକ ନିଖୋଜ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୭ ରେ ପହଞ୍ଚିଛି । ଶହ ଶହ ଲୋକ ନିଖୋଜ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୭ ରେ ପହଞ୍ଚିଛି ।
କରୋନା ଭାଇରସର ନୂଆ ଭାରିଏଣ୍ଟ୍ N440K ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି । ହାଇଦ୍ରାବାଦ ସ୍ଥିତ ବୈଜ୍ଞାନିକ ଏବଂ ଔଦଗ୍ୟିକ ଅନୁସନ୍ଧାନ ପରିଷଦର ସେଣ୍ଟର ଫର୍ ସେଲ୍ୟୁଲର ଆଣ୍ଡ ମାଲିକ୍ୟୁଲର ବାୟୋଲୋଜି ବା ସିସିଏମବି ଏହି ବଡ ତଥ୍ୟ ସାମ୍ନାରେ ରଖିଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୬ ହଜାର ୮୨୯ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୭୧ ହଜାର ୪୦୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୮ କୋଟି ୬୮ ଲକ୍ଷ ୩୫ ହଜାର ୫୦୨ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୨ ଲକ୍ଷ ୯୯ ହଜାର ୯୨୦ ଜଣ ଲୋକ ସକ୍ରିୟ ଅଛନ୍ତି ।