ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ଶେଷ ହେବ….

ବାସ୍ତବବ୍ୟୁରୋ: ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ମେ ୧୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ଶେଷ ହେବ |

ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତିକି,କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ସେହିିପରି ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମେ ୨୮ ତାରିଖରେ ହେବ ।

ଏ ବର୍ଷ ବିଜ୍ଞାନ ବିଭାଗରେ ଇଂରାଜି ବଦଳରେ ଫିଜିକ୍ସ ପରୀକ୍ଷା ପ୍ରଥମେ ହେବ |ସବୁଠୁ ବଡ କଥା ହେଲା, ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ୱ ଦେଇ ବିଜ୍ଞାନ ବିଭାଗର ପରୀକ୍ଷାକୁ ଶୀଘ୍ର ଶେଷ କରିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗଣଶିକ୍ଷା ବିଭାଗ ଏହାପୂର୍ବରୁ କରୋନା ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷା ପାଇଁ ଭିନ୍ନ ରଣନୀତି ଆପଣାଇଥିଲା। କରୋନାର ପ୍ରକୋପ କମିବା ମାତ୍ରେ +୨ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେମିତି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇବ - ଆରବିଆଇ ଗଭର୍ଣ୍ଣର

Thu Feb 25 , 2021
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କେମିତି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇବ, ମୋଦୀ ତାଙ୍କ ମତ ମାନିବେତ ବାସ୍ତବବ୍ୟୁରୋ:ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଥିବାବେଳେ ଅନ୍ୟପକ୍ଷରେ ଅନେକ ସହରରେ ଡିଜେଲର ମୂଲ୍ୟ ପ୍ରାୟ ୯୦ ଟଙ୍କାରେ ପହଞ୍ଚିଛି। ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ […]

You May Like

Pin It on Pinterest