ଆଜିର ଖାସ୍ ଖବର

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । କରୋନା କଟକଣା ସହ ସବୁ ସ୍କୁଲରେ ସକାଳୁଆ କ୍ଲାସ୍ ହେବ । ସକାଳୁଆ ସ୍କୁଲରେ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ଯାଏଁ କ୍ଲାସ୍ ହେବ । ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୯ଟାରୁ ୧ ଟା ଯାଏଁ କ୍ଲାସ୍ ହେବ ।

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା । 

ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଆ…। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ସଂଗୀତରେ କଣ୍ଠଦାନ କରିଛନ୍ତି‌ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ପୋଲିସ ସେବାରୁ ଅବସର ନେଲେ IPS ଅଫିସର ସତ୍ୟଜିତ ମହାନ୍ତି । ଆଜି OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ସତ୍ୟଜିତ ।

କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ମୋଦୀ ନେଇଛନ୍ତି । ଟୀକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଜିଠୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି  । ଆଜିଠୁ ବରିଷ୍ଠ ନାଗରିକଙ୍କୁ ଦିଆଯିବ କରୋନା ଟୀକା । ବରିଷ୍ଠ ବ୍ୟକ୍ତି ଓ ରୋଗାକ୍ରାନ୍ତ ଲୋକଙ୍କୁ ଏହି ଟୀକା ଦିଆଯିବ  । ୬୦ ବର୍ଷରୁ ଅଧିକ ବ୍ୟକ୍ତି କିମ୍ବା ୪୫ ବର୍ଷରୁ ଅଧିକ ରୋଗରେ ପୀଡିତ ଥିବା ବ୍ୟକ୍ତି ଏହି ପର୍ଯ୍ୟାୟରେ ଟୀକା ନେବେ  । ଟୀକା ନେବା ପାଇଁ କୋୱିନ ପୋର୍ଟାଲରେ ନାଁ ଓ ମୋବାଇଲ ନମ୍ବର ଦେଇ ଆଗୁଆ ପଞ୍ଜୀକରଣ କରିବାକୁ ପଡିବ  । 

ଭାରତର ‘ମେଟ୍ରୋ ମ୍ୟାନ୍‌’ ନାଁରେ ପ୍ରସିଦ୍ଧ ଇ ଶ୍ରୀଧରନ ଔପଚାରିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ।

ତାମିଲନାଡୁରେ ମାର୍ଚ୍ଚ ୩୧ ଯାଏଁ ଲକଡାଉନ ଜାରି ରହିବ ।

 ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୪୬ ଲକ୍ଷ ୭୨ ହଜାର ୨୩୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୪୨ ହଜାର ୫୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୯ କୋଟି ୨ ଲକ୍ଷ ୨୮ ହଜାର ୩୯୯ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧ ହଜାର ୨୮୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ....

Mon Mar 1 , 2021
ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଂଚି, କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ପରେ ଅନ୍ୟ ବିଧାୟକମାନେ ଟିକା ନେବାପାଇଁ ବ୍ୟବସ୍ଥା କରାଯାଇଥିଲା | ମୁଖ୍ୟମନ୍ତ୍ରୀ ନବୀନ […]

You May Like

Pin It on Pinterest