ଜାଭେଦ ଅଖତର ମାନହାନୀ ମାମଲାରେ କଙ୍ଗନାଙ୍କୁ ୱାରେଣ୍ଟଜରୀ

ଜାଭେଦ ଅଖତର ମାନହାନୀ ମାମଲାରେ କଙ୍ଗନାଙ୍କ ଅସୁବିଧା, ୱାରେଣ୍ଟ ଜାରୀକଲେ ଆନ୍ଧେରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟ….

Photo: social media

ବାସ୍ତବବ୍ୟୁରୋ:ବଲିଉଡ ଦୁନିଆରେ ସବୁବେଳେ ହେଡଲାଇନରେ ଥିବା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିଛା ଛାଡ଼ୁନି ବଲିଉଡ ଝାମେଲା | ଗୋଟାଇପରେ ଗୋଟେ ଅସୁବିଧା । ଗୀତିକାର ଜାଭେଦ୍ ଅଖତର ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପରେ ସୋମବାର ଆନ୍ଧେରୀ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ।

କୋର୍ଟର ମାଜିଷ୍ଟ୍ରେଟ୍ ୧ ଫେବୃଆରୀରେ କଙ୍ଗନାଙ୍କୁ ମାର୍ଚ୍ଚ ୧ ରେ କୋର୍ଟରେ ହାଜର ହେବାକୁ ସମନ ଜରୀକରିଥିଲେ । ସୋମବାର କଙ୍ଗନା କୋର୍ଟରେ ହାଜର ହୋଇନାହାଁନ୍ତି ଯାହା ପରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜରୀକରିଛନ୍ତି । ୨୨ ମାର୍ଚ୍ଚରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର ହୋଇଛି ।

ସୂଚନାନୁଯାୟୀ କଙ୍ଗନା ଭିତ୍ତିହୀନ ଅଭିଯୋଗ କରି ଜାଭେଦ୍ ଅଖତରଙ୍କ ନାମକୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଅଖତର ଦାବି କରିଛନ୍ତି ଯେ ଗତ ବର୍ଷ ଜୁନ୍ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ “ଦଳଗତତା” କୁ ଦର୍ଶାଇ ଟିଭି ସାକ୍ଷାତକାରରେ କଙ୍ଗନା ତାଙ୍କ ନାମକୁ ଟାଣି ନେଇଥିଲେ।

ଅଭିଯୋଗରେ ଦର୍ଶାଯାଇଛି ଯେ କଙ୍ଗନା ମିଥ୍ୟା ଦାବି କରିଛନ୍ତି ଯେ ଜାଭେଦ ଅଖତର ତାଙ୍କ ସମ୍ପର୍କକୁ ନେଇ ହ୍ରିତିକ ରୋଶନଙ୍କ ସହ ଚୁପ୍ ରହିବାକୁ ଧମକ ଦେଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଏହା ଅଖତରଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି। ଏହି ମାମଲାରେ ଗତ ବର୍ଷ ନଭେମ୍ବରରେ ଆନ୍ଧେରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

Tue Mar 2 , 2021
ବାସ୍ତବବ୍ୟୁରୋ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କହିଛନ୍ତିକି,ଏହି ଯୋଜନାରେ ଓଡିଶାର ୪୦ ଲକ୍ଷ ୫୦ ହଜାର ଚାଷୀ ଯେପରି ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଳ୍ପଦିନ ପୂର୍ବରୁ ପିଏମ କିଷାନ ନିଧି ଯୋଜନାରେ ଦେଶବ୍ୟାପୀ ସାଢେ ୭ […]

You May Like

Pin It on Pinterest