ଆଜିର ଖାସ୍ ଖବର

ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଦେଖାଦେଇଛି  । ଆଜି ଓ ଆସନ୍ତାକାଲି ରାଜ୍ୟର 7ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବା ସମ୍ଭାବନା ଦେଖାଦେଇଛି  । ଝାରସୁଗୁଡା, ସୁନ୍ଦରଗଡ , ଅନୁଗୁଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି ଏସଆରସି  ।

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଧାନ କିଣାରେ ଅନିମିତତାକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ନାରାବାଜି । ଯାହାଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।   ।

ଶିମିଳିପାଳ ଜଙ୍ଗଲରେ ନିଆଁ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି ଗତକାଲି ବର୍ଷା ହେବା ଫଳରେ ନିଆଁ କିଛି ସ୍ଥାନରେ ଲିଭିଯାଇଛି । କିନ୍ତୁ ଆଜି ପୁଣି ଜଙ୍ଗଲ ନିଆଁ ବଢିଚାଲିଛି । ରାଜ୍ୟର ଅନ୍ୟ ଜଙ୍ଗଲରେ ନିଆଁ ବଢ଼ିବାରେ ଲାଗିଛି । ଗତକାଲି ସୁଦ୍ଧା ବଡ଼ ଧରଣ ନିଆଁ ସମେତ ମୋଟ ୪୯୭ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା । ତେବେ ଆଜି ଏହି ସଂଖ୍ୟା ୧୦୪୮ରେ ପହଞ୍ଚିଛି ।

ମାର୍ଚ୍ଚ ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ଏହା ୧୮ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଶୁକ୍ରବାର ଆଡମିଟ୍‌ କାର୍ଡ ଜାରି କରାଯାଇଛି । 

ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୯୦ ଲକ୍ଷ ୯୫ ହଜାର ୯୭୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୬ ଲକ୍ଷ ୪୦ ହଜାର ୮୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି  । ୯ କୋଟି ୪୬ ଲକ୍ଷ ୩୩ ହଜାର ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୮ ଲକ୍ଷ ୨୧ ହଜାର ୧୭୬ ଜଣ ଲୋକ ସକ୍ରିୟ ଅଛନ୍ତି  ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏପ୍ରିଲ ୧ ସୁଦ୍ଧା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା

Fri Mar 12 , 2021
ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଅନୁଯାଇ,ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ଅଛି । ବାସ୍ତବବ୍ୟୁରୋ:ବରିଷ୍ଠ ଜନସଂପର୍କ ଅଧିକାରୀ କହିଛନ୍ତିକି ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି । ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ,ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ।କୋଭିଡ ପୂର୍ବରୁ […]

You May Like

Pin It on Pinterest