ଏପ୍ରିଲ ୧ ସୁଦ୍ଧା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା

ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଅନୁଯାଇ,ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ଅଛି ।

ବାସ୍ତବବ୍ୟୁରୋ:ବରିଷ୍ଠ ଜନସଂପର୍କ ଅଧିକାରୀ କହିଛନ୍ତିକି ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି । ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ,ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ।କୋଭିଡ ପୂର୍ବରୁ ରାଜ୍ୟରେ ୮୯ ଯୋଡ଼ା ଟ୍ରେନ ଚଳାଚଳ କରୁଥିଲା ।ହେଲେ କରୋନା କଟକଣା ଲାଗୁହେବାପରେ ଏହାକୁ ୫୯ ଯୋଡ଼ାକୁ କମାଇ ଦିଆଯାଇଥିଲା ।ରେଳ ଯାତ୍ରୀମାନେ ରେଳ ଚଳାଚଳକୁ ସ୍ବାଭାବିକ କରିବାପାଇଁ ବାରମ୍ବାର ଦାବି କରିଆସୁଛନ୍ତି ।

Photo: social media

କରୋନା ପରିସ୍ଥିତି ତଥା ଯାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ରେଳ ଚଳାଚଳକୁ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଜାରି ରହିଛି । ଆସନ୍ତା ଏପ୍ରିଲ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି ଜାଣସମ୍ପର୍କ ଅଧିକାରୀ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'କାଶ'ର ଶବ୍ଦରୁ ଜାଣିହେବ କରୋନା ହୋଇଛିକି ନାହିଁ... ସ୍ପର୍ଶ ନକରି କରୋନା ପରୀକ୍ଷା

Sat Mar 13 , 2021
ସ୍ପର୍ଶ ନକରି କରୋନା ପରୀକ୍ଷା କରାଯିବ, କାଶର ଶବ୍ଦ ଶୁଣିବା ପରେ କରୋନା ଅଛି କି ନାହିଁ ତାହା କହିବ ଆପ୍ | ବାସ୍ତବବ୍ୟୁରୋ:କରୋନା ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସମସ୍ତ ଦେଶ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ପ୍ରାଦୁର୍ଭାବ ହ୍ରାସ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା ଆବଶ୍ୟକ। ଯଦି ଆପଣ ସାମାନ୍ୟ […]

You May Like

Pin It on Pinterest