ସ୍ଥଗିତ ହେଲା BMC ର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ …

ବାସ୍ତବବ୍ୟୁରୋ:ସ୍ଥଗିତ ହେଲା BMC ର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ହାଇକୋର୍ଟ ଶେଷ ଆଦେଶ ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲ୍ଡିଂ ଟିକସ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି।|ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହା ସୂଚନା ଦେଇଛନ୍ତି | ସେ ଗଣମାଧ୍ୟମକୁ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଯେ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ରାୟ ନ ଆସିଛି ବିଏମ୍‌ସି ର ବର୍ଦ୍ଧିତ ହୋଲ୍ଡିଂ ଟିକସ ସେ ପର୍ଯ୍ୟନ୍ତ ଲାଗୁ କରାଯିବ ନାହିଁ ।

Photo:social media

ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ,ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ ପ୍ରସଙ୍ଗରେ କହିଥିଲେ କି ହୋଲ୍ଡିଂ ଟିକସ ବୃଦ୍ଧି ନେଇ ଆମେ ବାରମ୍ବାର ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦେଇଆସିଛୁ । ୨୦୧୯ରେ ବେଞ୍ଚ ମାର୍କ ଭାଲୁଏସନ ବୃଦ୍ଧି ପାଇଥିବାରୁ ଲୋକମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଅଧିକ ହେଲା ଭଳି ଲାଗୁଛି। ହୋଲ୍ଡିଂ ଟିକସ ଆଧାରରେ କୌଣସି ଘରକୁ ସିଲ୍ କରିବା ପାଇଁ ନୋଟିସ୍ କରାଯାଇ ନାହିଁ । ଓଡିଶା ପବ୍ଲିକ୍ ଡିମାଣ୍ଡ ରିକୋଭରୀ ଆଇନ ଆଧାରରେ ଯେଉଁମାନଙ୍କର ୩ ବର୍ଷର ଟିକସ ଥିବ କିମ୍ବା ଅଧିକ ବକେୟ ଅର୍ଥ ରହିଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ସତର୍କତାକୁ ନଜରରେ ରଖି ପ୍ରତିଦିନ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବ - ସ୍ବାସ୍ଥ୍ୟମନ୍ତ୍ରୀ

Mon Mar 15 , 2021
ବାସ୍ତବବ୍ୟୁରୋ: ଆମ ରାଜ୍ୟର କରୋନା ସତର୍କତାକୁ ନଜରରେ ରଖି ପ୍ରତିଦିନ ୭୩୦୦ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।ସେ କହିଛନ୍ତି ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି ।ସ୍ଥିତିର ତଦାରଖ କରିବାକୁ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାବ୍ୟତିର ବାହାର ରାଜ୍ୟ ରୁ ଆସୁଥିବା ସମସ୍ତଙ୍କ ଲୋକଙ୍କ […]

You May Like

Pin It on Pinterest