ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ…

Photo:social media

ବାସ୍ତବବ୍ୟୁରୋ:ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଉରକେଲାର ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି | ଆସନ୍ତାକାଲି ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ।ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ।ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି ।

ମାର୍ଚ୍ଚ ୨୧ ତାରିଖରେ ରାଉରକେଲାର ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ଯୋଗଦେବେ। ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରତି ବର୍ଷ ଜାନୁଆରୀରେ ଏହି ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ କରୋନା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସ ୨୧ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ରାଷ୍ଟ୍ରପତିଙ୍କର ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ମୃତି ଶକ୍ତି ବୃଦ୍ଧି ଏବଂ କେଶ ଝଡିବାକୁ ରୋକିଥାଏ କଳା ଅଙ୍ଗୁର

Sat Mar 20 , 2021
ସ୍ମୃତି ଶକ୍ତି ବୃଦ୍ଧି ଏବଂ କେଶ ଝଡିବାକୁ ରୋକିଥାଏ ଓ ମେଦବହୁଳତା ହ୍ରାସ କରିବାରେ ସାହାଯ୍ୟ କରେ କଳା ଅଙ୍ଗୁର | ବାସ୍ତବବ୍ୟୁରୋ:କଳା ଅଙ୍ଗୁର ଖାଲି ସ୍ୱାଦରେ ମିଠା ନୁହେଁ ,ସ୍ୱାସ୍ଥ୍ୟ ପାଇଁ ମଧ୍ୟ ରାମବାଣ ସାବ୍ୟସ୍ତ ହୋଇଥାଏ | ଅଙ୍ଗୁରରେ ଥିବା ଗ୍ଲୁକୋଜ, ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ପରି ଅନେକ ପୋଷକ ତତ୍ତ୍ୱ ବ୍ୟକ୍ତିଙ୍କୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ | କଳା ଅଙ୍ଗୁର […]

You May Like

Pin It on Pinterest