ଶ୍ରୀମନ୍ଦିର ଉନ୍ନତି ଉନ୍ନତି ମୂଳକକାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କଲେ ରାଷ୍ଟ୍ରପତି…

Photo:social media

ବାସ୍ତବବ୍ୟୁରୋ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ପହଂଚିବା ପରେ ଗଜପତି ମହାରାଜ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ସ୍ବାଗତ କରିଥିଲେ।ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ସହ ଶ୍ରୀଜିଙ୍କୁ ଦର୍ଶନ କରିଛନ୍ତି |

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗର୍ଭଗୃହରୁ ଶ୍ରୀଜୀଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀ ମନ୍ଦିରର ଯାଇଥିଲେ, ଦର୍ଶନ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଉନ୍ନତି ମୂଳକକାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।ପୁରୀରେ ସ୍ୱତନ୍ତ୍ର ସର୍କିଟ ହାଉସ୍ ଓ କୋଣାର୍କରେ ରାଷ୍ଟ୍ରପତିଙ୍କ ସଂକ୍ଷିପ୍ତ ରହଣୀ ଥିବାରୁ ସେଠାରେ ମଧ୍ୟ ରହଣୀ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପୂର୍ବାହ୍ଣ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ, ପ୍ରାୟ ଅଧଘଣ୍ଟା ସୂର୍ଯ୍ୟମନ୍ଦିର ବୁଲିବା ପରେ ୧୧ଟା ୨୦ରେ ତୈଳ ନିଗମର ବ୍ୟାଖ୍ୟାନ କେନ୍ଦ୍ରରେ ପହଞ୍ଚିବେ। ପୂର୍ବାହ୍ଣ ସାଢ଼େ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିବା ପରେ କୋଣାର୍କ ଯାତ୍ରୀ ନିବାସରେ ୧୨ଟା ୫ରେ ପହଞ୍ଚି ମଧ୍ୟାହ୍ନଭୋଜନ ସାରି ବିଶ୍ରାମ ନେବେ। ଏହା ପରେ ଭୁବନେଶ୍ବର ଫେରି ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ରାଷ୍ଟ୍ରପତି ସହ ଥିବା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୦ ପୋଲିସ ଅଫିସର ଓ ୧୩ ଜଣ ଏସପି ଏହି ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: 'ଛିଛୋର' ଶ୍ରେଷ୍ଠ ଚଳଚ୍ଚିତ୍ର ,କଙ୍ଗନା ରାନାୱତ୍ ଶ୍ରେଷ୍ଠ ଅଭିନେତ୍ରୀ, ମନୋଜ ବାଜପେୟୀ ଏବଂ ଧନୁଷ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ...

Mon Mar 22 , 2021
୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଛିଛୋର’ ଶ୍ରେଷ୍ଠ ଚଳଚ୍ଚିତ୍ର ,କଙ୍ଗନା ରାନାୱତ୍ ଶ୍ରେଷ୍ଠ ଅଭିନେତ୍ରୀ, ମନୋଜ ବାଜପେୟୀ ଏବଂ ଧନୁଷ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଛନ୍ତି | ବାସ୍ତବବ୍ୟୁରୋ:୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଉଛି | କରୋନା ପାଇଁ ଏଥର ବିଳମ୍ବରେ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଜାତୀୟ ପୁରସ୍କାର ପାଇଁ ମୋଟ ୪୬୧ ଟି ଫିଚର ଫିଲ୍ମକୁ ସର୍ଟଲିଷ୍ଟ କରାଯାଇଛି। ନ୍ୟାସନାଲ […]

You May Like

Pin It on Pinterest