ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ସନ୍ଧ୍ୟା ୬ଟା ଯାଏଁ ଗାଡି, ରେଳ ଚଳାଚଳ ଓ ଦୋକାନ ବଜାର ବନ୍ଦ ପାଇଁ ଡାକରା ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରେଭେନ୍ସାରୁ ବାହାରିଲେ ଆଉ ୨ ପଜିଟିଭ୍ । ପୂର୍ବରୁ ୩ ଜଣ ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ ଏବେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ମାମଲା ୫କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ । ଆସନ୍ତା 5ଦିନ ଯାଏଁ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନର ତାପମାତ୍ରା ସାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।
ଆସନ୍ତା ମେ ‘୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଛି ।
କୋରାପୁଟରୁ ଜବତ ହୋଇଛି ୪ କୁଇଣ୍ଟାଲ ଗଞ୍ଜେଇ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪0 ଲକ୍ଷ ଟଙ୍କା ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ବାଂଲାଦେଶ ଗସ୍ତରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତ ମାର୍ଚ୍ଚ ୨୬ ଓ ୨୭ରେ ରହିଛି ।
ଏପ୍ରିଲ ପହିଲାରୁ ମହଙ୍ଗା ହେବ ନାମୀ ଦାମୀ ଗାଡି । ଅଟୋ କମ୍ପାନୀଗୁଡିକ ପକ୍ଷରୁ ଏହି ଘୋଷଣା କରାଯାଇଛି । ମାରୁତୀ ସୁଜୁକି ସହ ଅନେକ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି ।