ବାସ୍ତବବ୍ୟୁରୋ: କରୋନା ମହାମାରୀ ଗୋଟିଏପଟେ ରାଜ୍ୟବାସୀଙ୍କୁ ଭୟଭୀତ କରୁଥିବାବେଳେ,ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ମଞ୍ଜୁରୀ ଦେଇଛି | ଆପଣ ବ୍ୟବହାର କରୁଥିବା ବିଦ୍ୟୁତ ବିଲ ବାବଦକୁ ଏଣିକି ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ଅଧିକ ଦେବାକୁ ପଡିବ |ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ କରାଯିବ ।

ଖବର ଅନୁଯାୟୀ ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ୍ରେ ୨ ପ୍ରତିଶତ ରିହାତି ମିଳିବ ।ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଥିବାବେଳେ, ଡିଜିଟାଲରେ ପେମେଣ୍ଟ କରୁଥିବା ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହା ବ୍ୟତୀତ ସମସ୍ତ ପ୍ର-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ।
ବିଦ୍ୟୁତ୍ ଦର ବୃଦ୍ଧି ହେତୁ ଏଣିକି ପ୍ରଥମ ୫୦ ୟୁନିଟ୍ରେ ୟୁନିଟ୍ ପିଛା ୩ ଟଙ୍କା, ୫୧ ରୁ ୨୦୦ ୟୁନିଟ୍ ମଧ୍ୟରେ ୟୁନିଟ୍ ପିଛା ଦର ୫.୮୦ ଟଙ୍କା, ୪୦୦ ୟୁନିଟ୍ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ନିର୍ଦ୍ଧାରିତ କରାଯାଇଛି।