ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ,ଖୋଲିବ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର…

ବାସ୍ତବବ୍ୟୁରୋ: ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ, ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ | ଆଜି ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ପ୍ରଶ୍ନକାଳରେ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି,ଅଦ୍ୟାବଧି ରାଜ୍ୟରେ ୬୨ହଜାର ୧୭୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଏହା ବ୍ୟତିର ୧୦୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି ।କେନ୍ଦ୍ର ସରକାରଙ୍କୁ ଆଉ ୭୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହେଲେ କେନ୍ଦ୍ର ସରକାର ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ ପ୍ରସ୍ତାବ ଫେରାଇ ଦେଇଛନ୍ତି।

କିନ୍ତୁ ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ୧୫୬୭ ନୂଆ ଅଙ୍ଗନବାଡ଼ି ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଦିଆଯାଉଥିବା ୭ ଲକ୍ଷ ଟଙ୍କାର ଅନୁଦାନ ରାଶିରୁ, ମନରେଗାରେ ୫ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି, ସେଠି କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ,

Sun Mar 28 , 2021
ଯଦି ଆପଣ ୩୧ ମାର୍ଚ୍ଚ ସୁଦ୍ଧା ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରନ୍ତି ନାହିଁ, ତେବେ ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ | ଏହା ବ୍ୟତୀତ ଆପଣଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡିବ | ବାସ୍ତବବ୍ୟୁରୋ:ଯଦି ଆପଣ ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଶୀଘ୍ର ଏହା କରନ୍ତୁ, ନଚେତ୍ ଆପଣଙ୍କୁ ଅନେକ ପ୍ରକାରର କ୍ଷତି ସହିବାକୁ ପଡିବ | ପାନ୍ କାର୍ଡକୁ […]

You May Like

Pin It on Pinterest