ଆଜିର ଖାସ୍ ଖବର …

ବାସ୍ତବବ୍ୟୁରୋ: ଆଜି ଦୋଳପୂର୍ଣ୍ଣମୀ। ଦୋଳବେଦୀରେ ପାଞ୍ଜି ପଢାଯିବାର ପରମ୍ପରା ରହିଛି। ଦେଶ ତଥା ରାଜ୍ୟ ପାଇଁ ପାଞ୍ଜି କାରଆସନ୍ତା ଦୋଳପୂର୍ଣମୀ ପର୍ଯ୍ୟନ୍ତ ଯେଉଁ ବିଚାର ରଖିଥାନ୍ତି ,ସେସବୁ ପାଠ କରାଯାଇଥାଏ ।

ଦୋଳପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ବାରମାସରେ ତେର ଯାତ୍ରା ମଧ୍ୟରୁ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା । ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଓ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ।

ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀର ଆର୍ଶୀବାଦ ଏବଂ ଆମ ପରିବାର ସମସ୍ତଙ୍କର ଆର୍ଶୀବାଦରେ ମୋ ପୁଅ ନିର୍ବାଚନରେ ବିଜୟୀ ହେବ ।ମୋ ପୁଅ କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବାରୁ ମୁ ବହୁତ ଖୁସି | ନିର୍ବାଚନରେ ରୁଦ୍ର ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି।

ଚଳିତ ବର୍ଷର ମର୍ଯ୍ୟାଦାଜନ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବା ପାଇଁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମନୋନୀତ ହୋଇଛନ୍ତି। ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିଆ ନାଇଡୁ ଏପ୍ରିଲ ୨ ତାରିଖ ଅପରାହ୍ନ ୫ଟା ବେଳେ ସମ୍ମାନିତ କରିବେ |

ଶୁକ୍ରବାର ସକାଳେ ଛାତିରେ କଷ୍ଟ ଅନୁଭବ କରିବାରୁ ରାଷ୍ଟ୍ରପତିଙ୍କୁ ସାମରିକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।ଗତ ଅପରାହ୍ଣରେ ‘ଦିଲ୍ଲୀ ଏମ୍‌ସ୍‌’କୁ ସ୍ଥାନାନ୍ତରିତ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ମାର୍ଚ ୩୦ ତାରିଖ ମଙ୍ଗଳବାର ସକାଳେ ତାଙ୍କ ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରି କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି।

ପାଣିପାଗ ବିଭାଗ ସତର୍କ ସୂଚନାନୁଯାୟୀ ରାଜ୍ୟରେ ଆହୁରି ୩ ଦିନ ତାତି ବଢିବ | ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ | ଏହାପରେ ସର୍ବାଧିକ ତାପମାତ୍ରା ୫ ଡିଗ୍ରୀ ବଢିବ । ୧ ତାରିଖରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଆଗାମୀ ୪ ଦିନ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି ।

ଭୁବନେଶ୍ୱର ରାଜଧନୀ ଏକ୍ସପ୍ରେସ ଅପହରଣ ଅଭିଯୋଗରେ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଛତ୍ରଧର ମହାଟୋ ଗିରଫ
କରୋନା ଅପଡେଟ୍: କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୬୨ ହଜାର ନୂତନ ମାମଲା ଘଟିଛି, ୨୪ ଘଣ୍ଟା ମଧ୍ୟରେ ୩୨୨ ସଂକ୍ରମିତ ମୃତ୍ୟୁ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ୱର ରାଜଧନୀ ଏକ୍ସପ୍ରେସ ଅପହରଣ ଅଭିଯୋଗରେ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଛତ୍ରଧର ମହାନ୍ତ ଗିରଫ...

Sun Mar 28 , 2021
ବାସ୍ତବବ୍ୟୁରୋ:(କୋଲକାତା) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ବୋଲି କୁହାଯାଉଥିବା ଛତ୍ରଧର ମହାନ୍ତ ଙ୍କୁ ଏନଆଇଏ ଗିରଫ କରିଛି। ୨୦୦୯ ମସିହାରେ ଭୁବନେଶ୍ୱର ରାଜଧନୀ ଏକ୍ସପ୍ରେସକୁ ଅପହରଣ ଅଭିଯୋଗରେ ଗିରଫ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ୨୦୦୯ ମସିହାରେ ଟିଏମସି ନେତା ଛତ୍ରଧର ମହାଟୋ ଏବଂ ତାଙ୍କ ସହଯୋଗୀମାନେ ଗୁଳି ଚଳାଇ ରାଜଦାନୀ ଏକ୍ସପ୍ରେସକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ନାଟକ ପ୍ରାୟ ୪ ରୁ ୫ ଘଣ୍ଟା […]

You May Like

Pin It on Pinterest