ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିକୋଲାସ ବର୍ନସଙ୍କ ସହ ବାର୍ତ୍ତାଳାପ ସମୟରେ ରାହୁଲ ନିଯୁକ୍ତି ଭିତ୍ତିକ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ରାହୁଲ କହିଛନ୍ତି, ଦେଶରେ ବର୍ତ୍ତମାନ ଅନେକ ନିଯୁକ୍ତି ସୁଯୋଗ ରହିଛି।
ବାସ୍ତବବ୍ୟୁରୋ:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ ହୋଇଥାନ୍ତା। ହାର୍ଭାର୍ଡ କେନେଡି ସ୍କୁଲର ରାଷ୍ଟ୍ରଦୂତ ତଥା ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିକୋଲାସ ବର୍ନସଙ୍କ ସହ ଏକ ଅନଲାଇନ୍ ବାର୍ତ୍ତାଳାପ ସମୟରେ ସେ ବିକାଶ ଭିତ୍ତିକ ନୀତିରୁ ନିଯୁକ୍ତି ଭିତ୍ତିକ ନୀତି ଉପରେ ଗୁରୁତ୍ୱ ଦେଇଥିଲେ।
ରାହୁଲ କହିଛନ୍ତି, “ମୁଁ ବିକାଶ-କେନ୍ଦ୍ରିତ ନୀତିଠାରୁ ନିଯୁକ୍ତି ଭିତ୍ତିକ ନୀତିକୁ ଅଧିକ ଗୁରୁତ୍ୱ ଦେବୀ । ଆମକୁ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଆବଶ୍ୟକ, କିନ୍ତୁ ଉତ୍ପାଦନ ଏବଂ ନିଯୁକ୍ତି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଆମର ମୂଳ ଲକ୍ଷ୍ୟ ହେବ।”
ଆଲୋଚନା ସମୟରେ ନିକୋଲାସ୍ ବର୍ନସ୍ ରାହୁଲଙ୍କୁ ପ୍ରଶ୍ନ କରିଥିଲେ, ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ସେ କେଉଁ ନୀତି ଉପରେ ଗୁରୁତ୍ୱ ଦେଇଥାନ୍ତେ | ଏହାର ଉତ୍ତରରେ ରାହୁଲ କହିଛନ୍ତି, “ଯଦି ଆମେ ବର୍ତ୍ତମାନ ବିଷୟରେ ଆଲୋଚନା କରିବା, ତେବେ ଦେଶର ବିକାଶ ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଉଚିତ, ଉତ୍ପାଦନ ବୃଦ୍ଧି ହେବା ସହିତ ନୂତନ ସୁଯୋଗ ମଧ୍ୟ ଯୋଡାଯିବା ଉଚିତ। କିନ୍ତୁ ଏହା ଘଟୁନାହିଁ।”
ଦେଶର ସବୁ ସଂସ୍ଥାନ ବିଜେପିର କବ୍ଜାରେ
ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ବିଜେପି ଏହି ଦେଶର ସଂସ୍ଥା ଗୁଡିକ ମଧ୍ୟକୁ ଅନୁପ୍ରବେଶ କରୁଛି। ଗଣମାଧ୍ୟମ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଉପରେ ବିଜେପିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। କେବଳ କଂଗ୍ରେସ ନୁହେଁ ବିଏସପି, ଏସପି, ଏନସିପି ମଧ୍ୟ ନିର୍ବାଚନରେ ଜିତୁନାହାଁନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ “ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୋର କୋରକମିଟି ଗଠନ ଆବଶ୍ୟକ, ମୋତେ ସୁରକ୍ଷା ଦେଉଥିବା ଏକ ନ୍ୟାୟିକ ବ୍ୟବସ୍ଥା ଦରକାର। ମୋର ଏକ ମିଡିଆ ଦରକାର ଯାହା ସ୍ୱାଧୀନ ଅଟେ |



