
ବାସ୍ତବବ୍ୟୁରୋ:କରୋନା ଜୀବାଣୁଙ୍କର ଦ୍ୱିତୀୟ ତରଙ୍ଗ ସାରା ଦେଶରେ ବ୍ୟାପିବାରେ ଲାଗିଛି। ଅନେକ ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନାର ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଛତିଶଗଡ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ, ଯେଉଁଠାରେ କୋଭିଡର ନୂଆ ମାମଲା ବୃଦ୍ଧି ପାଇଛି। ଏହି କାରଣରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଲକଡାଉନ ଘୋଷଣା କରିଛନ୍ତି। ତେବେ କେବଳ ରାୟପୁରରେ ଏହି ଲକଡାଉନ ଲାଗୁ କରାଯାଇଛି।
ଛତିଶଗଡର ରାୟପୁରରେ ଏପ୍ରିଲ ୯ ରୁ ୧୯ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ରାୟପୁର କଲେକ୍ଟର ଏସ ଭାରତୀ ଦାସନ କହିଛନ୍ତି ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାୟପୁର ଜିଲ୍ଲାକୁ ଏପ୍ରିଲ ୯ ରୁ ସନ୍ଧ୍ୟା ୬ ଟାରୁ ୧୯ଏପ୍ରିଲ ସକାଳ ୬ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଏରିଆ ଭାବରେ ଘୋଷଣା କରାଯାଇଛି। ଏହି ଅବଧି ମଧ୍ୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ ହୋଇ ରହିବ |



