
ବାସ୍ତବବ୍ୟୁରୋ: ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ | ଏନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ, ସ୍ଥିତି ନିୟନ୍ତ୍ରଣକୁ ଆଣିବାପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ପରିପେକ୍ଷୀରେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପାଠପଢା ବନ୍ଦ ରହିବ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ,ଆବାସିକ ସ୍କୁଲରେ ପଢୁଥିବା ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ୨୫ଏପ୍ରିଲ ପର୍ଯ୍ୟନ୍ତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।